ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମଳାର୍ଜୁନ କଲେଜରେ ପରିମଳ ଅଭିଯାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

କମଳାର୍ଜୁନ କଲେଜରେ ପରିମଳ ଅଭିଯାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,୧୫/୧୨/୨୩ – ଓଡିଶା ସରକାରଙ୍କର ନୂଆ-ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଖଇରା ବ୍ଲକ ଅଧିନ ଗଣ୍ଡିବେଡ଼ ରାଣ୍ଡଖେଜୁରୀ(ମାଟିଆଳପଦା) ସ୍ଥିତ କମଳାର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିମଳ ଅଭିଯାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଣ୍ଡିବେଡର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ଆଞ୍ଚଳିକ ଉନ୍ନୟନ ପରିଷଦର ସଭାପତି ମଦନ ମହଲା, ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ, ପଦ୍ମଲୋଚନ ଜେନା ଏବଂ ସମସ୍ତ ସଦସ୍ୟ ତଥା ଯୁବନେତା ଓ ସମାଜସେବୀ ବିଶ୍ୱ ଭୂଷଣ ପ୍ରଧାନ ଏବଂ ମଧୁସୁଦନ ଜେନାଙ୍କ ସହାୟତାରେ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ସଚେତନତା ରାଲି ଗଣ୍ଡିବେଡ ବଜାର ଏବଂ ଆଖ ପାଖ ଅଞ୍ଚଳରେ ପରିକ୍ରମା କରିଥିଲା । ଛାତ୍ରଛାତ୍ରୀ ମାନେ ଗଣ୍ଡିବେଡ ବଜାର, ହାଟ, ଜଗନ୍ନାଥ ମନ୍ଦିର, ଲଙ୍କେଶ୍ୱର ମନ୍ଦିର, ଠାକୁରାଣୀ ମନ୍ଦିର ଏବଂ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଦି ପରିସର ସଫା କରିଥିଲେ । ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମ ଅଧିକାରୀ ଅମିତ କୁମାର ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲାବେଳେ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ମୁଦୁଲି, ନୋଡାଲ ଅଧିକାରୀ ଜ୍ୟୋତିର୍ମୟ ପଣ୍ଡା, କ୍ରୀଡା ଅଧିକାରୀ ମନ୍ମଥ ପଣ୍ଡା, ସାଂସ୍କୃତିକ ଅଧିକାରୀ ଶଙ୍କର୍ଷନ ଜେନା , ଅଧ୍ୟାପିକା ଜୟନ୍ତୀ ଦାସ, ଜୟା ରାଣୀ ଘଡେଇ, ଜ୍ୟୋତ୍ସ୍ନାଞ୍ଜଳୀ ସାହୁ, ଅଧ୍ୟାପକ ଗିରିଜା ଶଙ୍କର ଦାସ, ଦୁର୍ଗା ଶଙ୍କର ଦାସ, ସୌମେନ୍ଦ୍ର ମିର୍ଦ୍ଧା, ପ୍ରଦୀପ ବଗୁଡେଇ, ସୁନୀଲ ନାୟକ, ଗୌରି ଶଙ୍କର ଦାସ, ସତ୍ୟବ୍ରତ ମହାରଣା, କର୍ମଚାରୀ ରାଜେଶ ପତି ଓ କୃଷ୍ଣ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତିରିଂ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

masiha

ଦଣ୍ଡପାଟ ଅଞ୍ଚଳ ବେହେରା କୁ ବ୍ଲକ ଦାବି ତେଜିଲା

masiha

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ 

masiha

Leave a Comment

error: Content is protected !!