ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ହାତଧୁଆ ଦିବସ ପାଳିତ 

ବିଶ୍ଵ ହାତଧୁଆ ଦିବସ ପାଳିତ 

ରାୟଗଡ଼ ତା ୧୫-୧୦-୨୦୨୫ —      ରାୟଗଡ଼ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପ୍ରତି ବିଦ୍ୟାଳୟରେ ବୁଧବାର ଦିନ ବିଶ୍ବ ହାତଧୁଆ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏହି ଦିବସ ପାଳନ ନିମନ୍ତେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲା ପରିଷଦ କାର୍ଯ୍ଯାଳୟ ସ୍ବଚ୍ଛ ଭାରତ ମିଶନର ଜିଲ୍ଲା ପ୍ରକଳ୍ପ ପରାମର୍ଶଦାତା ଶ୍ରୀ ଲକ୍ଷ୍ମୀନାରାୟଣ ଦୋରା, ରାୟଗଡ଼ ବ୍ଲକର ଗୋଷ୍ଠୀ ସମ୍ବଳ ସଂଯୋଜକ ବିକ୍ଷାତି କନ୍ଧପାଣି ଉପସ୍ଥିତ ରହି ଶିଶୁଙ୍କୁ ଛଅ ଗୋଟି ହାତଧୁଆ କୌଶଳ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷର ସ୍ଳୋଗାନ ” ସ୍ବଚ୍ଛ ହାତ ଜୀବନ ବଞ୍ଚାଏ” ବିଷୟରେ ଶିଶୁଙ୍କୁ ସଚେତନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମସ୍ତ ଶିଶୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତତ୍ବାବଧାନରେ ହାତଧୁଆ କାର୍ଯ୍ୟକ୍ରମ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା, ବାସନ୍ତି ମିଶ୍ର, ପ୍ରଭାତ ସେନାପତି, ରଞିତା ସାମନ୍ତରାୟ, ମନୋରମା ସାହୁ, ସୋନାଲିସା ସାମଲ, ମଧୁସ୍ମିତା ତ୍ରିପାଠୀ ଓ ନୀଳାଞ୍ଚଳ ମିଶ୍ର ପ୍ରମୁଖ ଆୟୋଜନରେ ଅଂଶଗ୍ରହଣ କରିଥିଲେ । ସୁସ୍ଥ ଓ ନୀରୋଗ ରହିବାନିମନ୍ତେ ଏହା ସମସ୍ତଙ୍କ ପାଇଁ ଅପରିହାର୍ଯ୍ଯ, ପିଲାଏ ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଉଚିତ ବୋଲି ଜିଲ୍ଲା ପରାମର୍ଶଦାତା କହିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯାମଦା ରେ ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

masiha

ଶ୍ରଦ୍ଧା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!