ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲେଟ୍ ଖାଦ୍ୟ ମେଳା , ପ୍ରଦର୍ଶିତ ହେଲା ୨୪ ପ୍ରକାର ବ୍ୟଞନ

ନୂଆପଡା,କ୍ଷୁଦ୍ର ଶସ୍ୟ ବା ମିଲେଟ୍ ର ଖାଦ୍ୟକୁ ଲୋକାଭିମୁଖୀ କରିବା ପାଇଁ ନୂଆପଡା ଜିଲ୍ଲା କୋମନାରେ ଆୟୋଜିତ ହୋଇଛି ମିଲେଟ୍ ରେସିପି କଣ୍ଟେଷ୍ଟ । ନୂଆପଡା କୢଷି ବିଜ୍ଞାନ କେନ୍ଦ୍ର ଏହି ପ୍ରତିଯୋଗୀତା ଆୟୋଜନ କରି ଥିଲା ।ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ତରୀୟ ମିଲେଟ୍ ରେସିପି କଣ୍ଟେଷ୍ଟ ସ୍ଥାନୀୟ କୢଷି ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ମିଲେଟ୍ ଖାଦ୍ୟ ମେଳାରେ ୯ଟି ସ୍ବୟଂ ସହାୟକ ଦଳ ଅଂଶଗ୍ରହଣ କରି ଥିଲେ । କୋମନା ବ୍ଲକର ମାଁ ମଙ୍ଗଳା ଏସଏଚଜି କାଣ୍ତେତରା , ମାଁ ବସ୍ରାଣୀ ଏସଏଚଜି କାଣ୍ତେତରା, ସତ୍ୟ ନାରାୟଣୀ ଏସଏଚଜି କାଣ୍ତେତରା, ଜୟ ମାଁ ସମଲେଶ୍ବରୀ ଏସଏଚଜି ଶୁକ୍ଲିମୁଣ୍ତି , ଜୟ ମାଁ ଦୁର୍ଗା ଏସଏଚଜି ଶୁକ୍ଲିମୁଣ୍ତି ,ମାଁ ବୈଷ୍ଣୋଦେବୀ ଏସଏଚଜି କୋମନା ,ମାଁ ଭଵାନୀ ଏସଏଚଜି ବେଲଗାଁ, ମାଁ ବସ୍ରାଣୀ ଏସଏଚଜି ବେଲଗାଁ ପ୍ରମୁଖ ଯୋଗଦାନ କରି ଥିଲେ । ସ୍ବୟଂ ସହାୟକ ଦଳର ମହିଲାମାନେ ମାଣ୍ତିଆ,ଗୁରୁଜୀ ଓ ବାଜରାରେ ପ୍ରସ୍ତୁତ ହୋଇ ଥିବା ୨୪ ପ୍ରକାର ବ୍ୟଞନ ପ୍ରଦର୍ଶନ କରି ଥିଲେ । ଏହି ପ୍ରତିଯୋଗୀତାରେ ମାଁ ସମଲେଶ୍ବରୀ ଏସଏଚଜି ଦଳ ପ୍ରଥମ,ମାଁ ବୈଷ୍ଣୋଦେବୀ ଏସଏଚଜି ଦଳ ଦ୍ବିତୀୟ ଓ ମାଁ ଭଵାନୀ ଏସଏଚଜି ଦଳ ତୢତୀୟ ହୋଇ ଥିଲେ ।ଏହି କାର୍ଯ୍ୟକ୍ରମରେ କୢଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଶାଶ୍ବତୀ ପଟ୍ଟନାୟକ,ବିମଳିନୀ ପ୍ରଧାନ ସିଡିପିଓ କୋମନା, ଲଖନଲାଲ ମିନା ବୈଜ୍ଞାନିକ କୢଷି ବିଜ୍ଞାନ କେନ୍ଦ୍ର , ଆରାଧନା ଶବର ଏଏଚଓ, ଆଶିଷ କୁମାର ମେହେର ବ୍ଲକ କୢଷି ଅଧିକାରୀ, ସଙ୍ଗୀତା ମେହେର ସହ କୢଷି ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଥିଲେ । ବିରଞ୍ଚି ମହାପାତ୍ର ,ଗୌତମ ଦୁରିଆ ଓ ଉଦେମଣି ନିଆଲ ସହଯୋଗ କରି ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଦିବାସୀ ଗ୍ରାମ ବିକାଶ କମିଟି ପକ୍ଷରୁ ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ଗଭୀର ଭାବେ ପାଳିତ

Sunil Chandra Nayak

ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ ୨୦୨୩’ ରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ

Sunil Chandra Nayak

ଜାତୀୟ ଖାଉଟି ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!