ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିମନପୁର୍ ସେବାଶ୍ରମ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ନିର୍ଯ୍ୟାତନା ଘଟଣା ରେ ନୂଆପଡ଼ା ଜିଲ୍ଲାପାଳ ପକ୍ଷ ରୁ ପଦକ୍ଷେପ, ଦାୟିତ୍ବ ରେ ଥିବା ପ୍ରଧାନ ସେବକ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ 

ଟିମନପୁର୍ ସେବାଶ୍ରମ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ନିର୍ଯ୍ୟାତନା ଘଟଣା ରେ ନୂଆପଡ଼ା ଜିଲ୍ଲାପାଳ ପକ୍ଷ ରୁ ପଦକ୍ଷେପ, ଦାୟିତ୍ବ ରେ ଥିବା ପ୍ରଧାନ ସେବକ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ 

ନୂଆପଡା, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଟିମନପୁର୍ ସେବାଶ୍ରମ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ନିର୍ଯ୍ୟାତନା ଘଟଣା ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଦାୟିତ୍ବ ରେ ଥିବା ପ୍ରଧାନ ସେବକ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରିଥିବା ଆଦେଶ ଜାରି ହୋଇଅଛି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଏକ ପ୍ରତିନିଧି ଦଳ ଘଟଣା ର ତଦନ୍ତ କରି ସତ୍ୟାସତ୍ୟ ରିପୋର୍ଟ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ଦାୟିତ୍ବ ରେ ଥିବା ପ୍ରଧାନ ସେବକ ମନୋଜ କୁମାର ହୋତା ଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ମନୋଜ କୁମାର ହୋତା ଙ୍କୁ କାର୍ଯ୍ୟ ରୁ ନିଲମ୍ୱିତ କରିଥିବା ବେଳେ ତାଙ୍କ ନିଲମ୍ୱିତ ସମୟ ସେ ବ୍ଲକ କାର୍ଯ୍ୟାଳୟ ର ପରିସର ମଧ୍ୟରେ ଥିବେ। ଅନ୍ୟ ସେବାଶ୍ରମ ରେ ମଧ୍ୟ ଆବଶ୍ୟକ ମାର୍ଗଦର୍ଶିକା ଏବଂ ଆଦେଶ ରହିବା ଦରକାର ଅଟେ। ଏଭଳି ପରିସ୍ଥିତି ପରିଲକ୍ଷିତ ହେଲେ ତୁରନ୍ତ ପଦକ୍ଷେପ ହେବା ସହ ଛାତ୍ର ଛାତ୍ରୀଙ୍କ ଉପଯୁକ୍ତ ଏବଂ ସଠିକ୍ ଦାୟିତ୍ବ ନିର୍ବାହ ପାଇଁ ନିବେଦନ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧି ପକ୍ଷରୁ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା

Sunil Chandra Nayak

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଅବିଳମ୍ବେ ଆରମ୍ଭ କରିବା, ତୁରନ୍ତ ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାର କରିବା ଓ କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ଦାବିରେ ବିକ୍ଷୋଭ

Sunil Chandra Nayak

ବିଦ୍ୟାଳୟ ର ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବୈଠକ

Sunil Chandra Nayak

Leave a Comment

error: Content is protected !!