ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ, ବିଡ଼ିଓ ଓ ଅନ୍ୟାନ୍ୟ କର୍ମଚାରୀ ମାନଂକୁ ଗିରଫ କରାଯିବା ନେଇ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ବ୍ଲକ ଘେରାଉ ଓ ପ୍ରତିବାଦ ସଭା

କଟକ : କଟକ ସଦର ବ୍ଲକର କୋଟିପତି ସହକାରୀ ଯନ୍ତ୍ରୀ ମହାଦୁର୍ନୀତିରେ ଛନ୍ଦି ହୋଇ ଭିଜିଲାନ୍ସ ଦ୍ବାରା ଗିରଫ ଘଟଣା ପରେ ଏଥିରେ ସଂପୃକ୍ତ ବିଡ଼ିଓ ଏବଂ ଅନ୍ୟ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ ଓ ବିଧାୟକ,ବିଡ଼ିଓଙ୍କ ସହ ଏଥିରେ ଅଂଶୀଦାର ଥିବା ସମସ୍ତ କର୍ମଚାରୀଙ୍କୁ ଗିରଫ କରାଯିବା ଏଥିସହ ଏଵଂ କଟକ ସଦର ଅଞ୍ଚଳର ନାନାବିଧ ସମସ୍ୟାର ସମାଧାନ ଦାବୀର ଯଥା ୪୨ମୌଜ଼ାର ମୋ ବସ ଚଲାଇବା ମୁଖ୍ୟ ରାସ୍ତା ସମ୍ପ୍ରସାରଣ, ମନରେଗା କାର୍ଯ୍ୟର ଦୁର୍ନିତି ସମୀକ୍ଷା ନେଇ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବ ସମାଜସେବୀ ତଥା ଖ୍ୟାତିସମ୍ପନ୍ନ ସ୍ତମ୍ବକାର ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ଆହ୍ବାନ କ୍ରମେ ସଦର ବ୍ଲକ ଘେରାଉ ସହ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି । ଲିଖିତ ଆକାରରେ ମାନ୍ୟବର ରାଜ୍ୟପାଳଙ୍କୁ ବିଡ଼ିଓଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ପରିଷଦର କାର୍ଯ୍ୟକର୍ତ୍ତା ଦେବୀପ୍ରସାଦ ପତି,ବଂଶୀଧର ତ୍ରିପାଠୀ,ଅନିଲ ମହାପାତ୍ର,ସୁରେଶ ପ୍ରଧାନ,ପ୍ରଶାନ୍ତ ରାଉଳ,ସୁଧାଂଶୁ ଶେଖର ପଣ୍ଡା,ଅଶୋକ ମହାନ୍ତି, ମାନଶ ରଞ୍ଜନ ପତି,ବନ ବିହାରୀ ମୁଦୁଲି,ସତ୍ୟବ୍ରତ ସାହୂ,ଜୟନ୍ତୀ ସାହୂ,ନିରଞ୍ଜନ ରାଉଳ,ସନ୍ତୋଷ ଭୋଇ,ରବିନ୍ଦ୍ର ପାତ୍ର,ଧନେଶ୍ୱର ରାଉଳ,ସଞ୍ଜୟ ସେଠୀ,ସୁରେଶ ପ୍ରଧାନ,ପ୍ରତାପ କିଶୋର ଜେନା, ସୁରେଶ ଜେନା,ବସନ୍ତ ପତି,ଶ୍ରୀମନ୍ତ ପରିଡ଼ା,ଅଲେଖ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ 

masiha

ରାଇରଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

masiha

ବନ୍ଧୁଗାଁ ବ୍ଲକରେ ଜିଲ୍ଲାପାଳ ଶୁଣିଲେ ୪୪ ଗୋଟି ଅଭିଯୋଗ

Leave a Comment

error: Content is protected !!