ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ କଂଗ୍ରେସ ର ମେଡିକାଲ, ବ୍ଲକ ଓ ତହସିଲ କାର୍ଯ୍ୟ|ଳୟରେ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୧୯/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ମେଇକାଲ, ବ୍ଲକ ଓ ତହସିଲ କାର୍ଯ୍ୟ|ଳୟରେ ଡାବୁଗାଁ ବ୍ଲକ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଉକ୍ତ ବିଭାଗର ଅଧିକାରୀ ମାନଙ୍କୁ ଏକ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି | ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭରପ୍ରାପ୍ତ ଚିକିତ୍ସାଧିକାରୀ ଶୁଭାଶିଷ ସାହୁ ଙ୍କ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି | ଉକ୍ତ ଦାବିପଟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ପଦବୀ ପୂରଣ କରାଯାଉ, ରାବଣାଗୁଡା ଓ ମେଦନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖାଲି ଥିବା ଡାକ୍ତର ପଦବୀ ପୂରଣ କରାଯାଉ, ରାବଣାଗୁଡା ଓ ମେଦନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବିକା ନିଯୁକ୍ତି କରିବା, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା କରିବା ସହ ଏକ୍ସ-ରେ ର ବ୍ୟବସ୍ଥା କରାଯାଉ, ଡାବୁଗାଁ ବ୍ଲକ ଅଧୀନରେ ଥିବା ଏଏନଏମ ସେଣ୍ଟର ମାନଙ୍କରେ ଏଏନଏମ ମାନେ ରହୁ ନାହାଁନ୍ତି, ଏଏନଏମ ମାନେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଉଲ୍ଲେଖ ରହିଛି | ସେହିପରି ତହସିଲ କାର୍ଯ୍ୟ|ଳୟରେ ତହସିଲଦାର ଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ବିଶ୍ଵନାଥ ପାଣିଗ୍ରାହୀଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି | ଉକ୍ତ ଦାବିପତ୍ରରେ ବଳି ଚୋରା ଚାଲାଣ ହେବ ସଙ୍ଗେ ସଙ୍ଗେ ବୀନା ପଲ୍ଲୀ ସଭା ଗ୍ରାମ ସଭାରେ ଖଣି ଖାଦାନ ଲୁଟ କରାଯାଉଛି, ଭାରତମାଳା ରାସ୍ତା କାର୍ଯ୍ୟରେ ବିନିଯୋଗ ହେଉଥିବା ଖଣିଜ ସମ୍ପଦ ବେଆଇନ ଭାବେ ବିନିଯୋଗ ହେବ ସହ ହିତାଧିକାରୀଙ୍କ ବଳକା ଅର୍ଥ ମିଳି ନଥିବା, ଗରିବ ଓ ଭୂମିହିନ ଲୋକଙ୍କଉ ଚିହ୍ନଟ କରି ଘରଢିହ ପଟ୍ଟା ପ୍ରଦାନ କରିବା, ଆଦିମ ଅଧିବାସୀଙ୍କୁଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ଅନୁସୂଚିତ ଜନଜାତି, ଜାତି ଓ ଓବିସି ଶ୍ରେଣୀର ଲୋକନନ୍କୁ ଜାତି ପ୍ରମାଣ ପତ୍ର ଦେବାରେ ଅନିୟମିତତା ହେଉଥିବା ନେଇ ଦାବିପତ୍ରରେ ଉଲ୍ଲେଖ ରହିଛି | ସେହିପରି ବ୍ଲକ କାର୍ଯ୍ୟ|ଳୟରେ ବିଡିଓ ଶରତ ମାଝିଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି | ଉକ୍ତ ଦାବିପତ୍ରରେ ଏମଜିଏନଆରଇଜିଏସ କାର୍ଯ୍ୟ ସରକାର ଙ୍କ ଗାଇଡଲାଇନ ଅବମାନନା କରାଯାଇ କାର୍ଯ୍ୟ ହେଉଛି ଗାଇଡଲାଇନ ଅନୁସାରେ କାର୍ଯ୍ୟ କରାଯାଉ, ଡାବୁଗାଁ ବ୍ଲକ୍ରେ ୫ ଟି କାର୍ଯ୍ୟ ଗୁଡିକ ନିମ୍ନ ମାନର ହୋଇଛି ଓ ସାମଗ୍ରୀ କିଣାରେ ଅନିୟମିତତା ହୋଇଛି ତାହାର ତଦନ୍ତ କରାଯାଉ, ବାର୍ଦ୍ଧକ୍ୟ ଭତ୍ତା ପ୍ରତ୍ୟେକ ଲୋକଙ୍କଉ ପୂର୍ବ ଭଳି ପ୍ରଦାନ କରାଯାଉଭଳି ବିଭିନ୍ନ ଦାବି ଉଲ୍ଲେଖ ରହିଛି | ଯଦି ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାନଯାଏ ତେବେ କାର୍ଯ୍ୟ\ଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ |

ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବିଧାୟକ ଭୁଜବଳ ମାଝି, ପାପଡାହାଣ୍ଡି ଜିଲପରିଷଦ ସଭ୍ୟା ଡା. ଲିପିକା ମାଝି, ବ୍ଲକ କଂଗ୍ରେସ ସଭାପତି ଜି. ସାଇରାଜୁ, ଉପସଭାପତି ଧରମାନନ୍ଦ ନାୟକ ଓ କୃଶ ପନକା, ଜୋନ ସଭାପତି -୧ ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ -୨ ସଭାପତି ବଂଶୀଧର ମାଝି, ଯୁବ କଂଗ୍ରେସ ସଭାପତି ଶଶୀଧର ମାଝି, ନୁରେନ ତନ୍ତୀ, ବୋରିଗାଁ ସରପଞ୍ଚ ଶୁକୃ ଭତରା, ଡାବୁଗାଁ ସରପଞ୍ଚ ବିନୋଦ ସୌରା, କେଶବ ରେଲି, ଧବଳେଶ୍ଵର ନାୟକ, ସତ୍ୟରଞ୍ଜନ ପାତ୍ର ଓ ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଆସନ୍ତା କାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

Leave a Comment

error: Content is protected !!