ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ଦୁର୍ଘଟଣାରେ ୨ ମୃତ ୩ ଗୁରୁତର

କାମାକ୍ଷାନଗର (ମ ସୀ ହା)19/6/23 // ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ମହୁଲପୁଞ୍ଜି ନିକଟରେ ଭାରସ୍ୟାମ ହରାଇ ଗଛରେ ପିଟି ହେଲା ଇଣ୍ଡିଗୋ କାର । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ,ଖୋର୍ଦ୍ଧା ଅଞ୍ଚଳରୁ ୫ ଜଣ ସାଙ୍ଗ ଭୋଜି କରିବାକୁ ଢେଙ୍କାନାଳ ଭାପୁର ଅଞ୍ଚଳକୁ ଆସିଥିଲେ । ତେବେ ପାଣି ଆଣିବା ପାଇଁ ଭାପୁର ମାର୍କେଟକୁ କାର ଯୋଗେ ଯାଉଥିବା ବେଳେ ମହୁଲପୁଞ୍ଜି ନିକଟରେ ଦୁର୍ଘଟଣା ଘଟିଛି ।ମୃତକ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୈଦେଶ୍ଵର ଗ୍ରାମର ଭାସ୍କର ସାହୁ ଏବଂ ନୟାଗଡ଼ ଜିଲ୍ଲା ଜାମୁସାହି ଗ୍ରାମର ସୋମନାଥ ସାହୁ ।ଗୁରୁତର ମାନେ ହେଲେ ଖୋର୍ଦ୍ଧା ବୈଦେଶ୍ଵର ଗ୍ରାମର ଶ୍ରୀକାନ୍ତ ବେହେରା, ଶ୍ରୀକାନ୍ତ ମାନସିଂହ ଓ ଦୁଃଖୀଶ୍ୟାମ ସାହୁ ବୋଲି ଜଣାପଡ଼ିଛି । ୨ଟି ଗାଡିରେ ପ୍ରାୟ ୯ ଜଣ ସାଙ୍ଗ ଭୋଜି କରିବାକୁ ଆସିଥିଲେ । ପିଇବା ପାଣି ପାଇଁ ନିକଟସ୍ଥ ଭାପୁର ବଜାରକୁ ୫ ଜଣ ବସି ଗୋଟିଏ ଗାଡିରେ ଯାଉ ଥିବା ବେଳେ ଭାରସ୍ୟାମ ହରାଇ କାରଟି ଗଛରେ ପିଟି ହୋଇ ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚରୀ ଓ ସ୍ଥାନୀୟ ଭାପୁର ଫାଣ୍ଡି ଅଧିକାରୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଅନ୍ତର୍ଜାତିକ ଯୋଗ ଦିବସ, ୨୦୨୩ ପାଳିତ

Sunil Chandra Nayak

ରାୟଗଡ଼ରେ ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନର ୧୦୦ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

Sunil Chandra Nayak

ବିଧାନସଭାରେ ଉଠିଲା ଖଡିଆଳ ବିଧାୟକ ଙ୍କ ସ୍ୱର  

Sunil Chandra Nayak

Leave a Comment

error: Content is protected !!