ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସାଧାରଣ ସଭା ଓ ପ୍ରସ୍ତୁତି ବୈଠକ

କୋକସରା,୧୮/୬  // ଦେଶ ଓ ବିଦେଶରେ ସହନଶୀଳତା ସହିତ ମାନବବାଦର ପରାକାଷ୍ଠା ପ୍ରଦର୍ଶନ କରୁଥିବା ତଥା ସାରା ବିଶ୍ବକୁ ରାହା ଦେଖାଉଥିବା ବୁଦ୍ଧଙ୍କ ବାଣୀ ଓ ବିଶ୍ବରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ବିଚାରଧାରାକୁ ଗାଁ ଗାଁରେ ପହଞ୍ଚାଇବା ହେଉଛି ସଂଗଠନର ମୂଳ ଲକ୍ଷ୍ୟ । ଏ ଦିଗରେ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବାର ସମୟ ଆସିଯାଇଛି ବୋଲି ରାଜ୍ୟର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ଆଜି କୋକସରା ସ୍ଥିତ ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସାଧାରଣ ସଭା ଓ ପ୍ରସ୍ତୁତି ବୈଠକ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଆଶିଷ ରଞ୍ଜନ ନାଏକ, ଉପସଭାପତି ଟିକିଚନ୍ଦ୍ର ଧଙ୍ଗଡ଼ାମାଝୀ, ଓମପ୍ରକାଶ ଛତ୍ରିଆ, ସଂପାଦକ ଭୁବନେଶ୍ବର ଦୁର୍ଗା, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଉପଦେଷ୍ଟା ଗୋବର୍ଦ୍ଧନ ବାଗ, ଯୋଗେଶ୍ବର ସାଗର, ରଜନୀକାନ୍ତ ସମର୍ଲିଆ, ଏସ୍. ସୁଜାତା, ଯୋଜନା ଓ ସମନ୍ବୟ କମିଟିର ଅଧ୍ୟକ୍ଷ ବିଭୀଷଣ ନାଏକ, ଯୁବ ବିଭାଗ ମୁଖ୍ୟ ଚନ୍ଦନ ନାଏକ, କର୍ମଚାରୀ ବିଭାଗ ମୁଖ୍ୟ ବୈକୁଣ୍ଠ ବେମାଲ, ସାଂସ୍କ୍ରୁତିକ ବିଭାଗର ଗଜେନ୍ଦ୍ର ନାଗ, ଯୋଗେନ୍ଦ୍ର ମହାନନ୍ଦ, କୋକସରା ବ୍ଲକ ଉପଦେଷ୍ଟା ଧବଳେଶ୍ବର ନାଗ, କୌଶିକ ଦୁରିଆ, ରାମଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଫେଡେରେସନର ଉପଦେଷ୍ଟା ତଥା ଶିକ୍ଷାବିତ୍ ସତ୍ୟବାନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସମାଜର ଶିକ୍ଷା, ସଂସ୍କାର ଓ ସମାଜ ପ୍ରତିଷ୍ଠା ତଥା କୋକସରା ବ୍ଲକ ସ୍ତରୀୟ କମିଟି ଗଠନକୁ ନେଇ ଆଲୋଚନା କରାଯାଇଥିଲା ! ଏଥିରେ କୋକସରା ବ୍ଲକର ୨୨ ଗାେଟି ପଞ୍ଚାୟତର ବିଭିନ୍ନ ଗାଁରୁ ଫେଡେରେସନର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ । ଏ ଅବସରରେ ଆସନ୍ତା ଜୁଲାଇ ୨ ତାରିଖ ଦିନ କୋକସରା ବ୍ଲକସ୍ତରୀୟ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇ ଏଥିପାଇଁ ଏକ ଆବାହକ କମିଟି ଗଠନ କରାଯାଇଥିଲା।ଆବାହକ କମିଟିରେ କିଶୋର ଚନ୍ଦ୍ର ନାଏକ, ଘନଶ୍ୟାମ ଛତ୍ରିଆ, ପ୍ରଧାନୀ ବାଗ, ଯୋଗେନ୍ଦ୍ର ମହାନନ୍ଦ, ଡ. କୁମୁଦ ଚନ୍ଦ୍ର ପାଣିଗ୍ରାହୀ, ପ୍ରବୀଣ ପାଣିଗ୍ରାହୀ, କୌଶିକ ଦୁରିଆ, ପଙ୍କଜ ଠାକୁର, ଲଲାଟେନ୍ଦୁ ବାଗ, ଅଜୟ ଦୀପ, ରମେଶ ଦୁର୍ଗା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ବୈକୁଣ୍ଠ ଜାଲ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଫେଡେରେସନର ଜିଲ୍ଲା କମିଟି ସଦସ୍ୟ ସୁଶୀଲ କୁମାର ବାଗ, ମହିଳା କମିଟି ସଂପାଦିକା ଉଷାରାଣୀ ବାଗ, ସଦସ୍ୟା ସ୍ନେହଲତା ଦୁର୍ଗା, ସୋନାଲୀ ନାଏକଙ୍କ ସମେତ ରତ୍ନାକର ନିଆଲ, ରଶ୍ମୀକାନ୍ତ ବାଗ, ଧ୍ବଜ ମହାନନ୍ଦ, ପୁରୁଷୋତ୍ତମ ମହାନନ୍ଦ, ଜୟରାମ ମହାନନ୍ଦ, ବିଜୟ କର, ଚିନିଲାଲ ବାଗ, ଦେବରାଜ ପାଣିଗ୍ରାହୀ, ନାଥରାମ ସାଗର, ଦିଶାନ୍ତ ବେଶ୍ରା, ଖଗେଶ୍ବର ପାଣିଗ୍ରାହୀ, କେଶବ ବେଣୁପାଣି, କେଶବ ନାଏକ, କୁରୁକ୍ଷେତ୍ର ପାଣିଗ୍ରାହୀ, ଦିଗାମ୍ବର ବେମାଲ, ନିରଞ୍ଜନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସରସ୍ବତୀ ଶିଶୁ ମନ୍ଦିର ବଡ଼ବିଲର ଗୌରବମୟ ସଫଳତା ଶିକ୍ଷାବର୍ଷ

Sunil Chandra Nayak

ଦକ୍ଷିଣ କାଳୀ ମନ୍ଦିର ର ପୁରୋହିତ, ଗୁରୁ ଗୋସେଇଁ ଙ୍କ ସହିତ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ଦିର ଟ୍ରଷ୍ଟ ଓ କର୍ମକର୍ତ୍ତା ମାନେ 

Sunil Chandra Nayak

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

Leave a Comment

error: Content is protected !!