ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ !!

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଶହୀଦଙ୍କୁ ସମ୍ମାନ ଦେବାପାଇଁ ଅମର ଜବାନ ସହିଦ୍ ସ୍ମୃତି ସ୍ତମ୍ଭ ଠାରେ 100 ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଉପସ୍ଥିତ ହୋଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳା ରୁ ସେହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଙ୍କୁ କାର୍ଯ୍ୟସୁଚି ରେ ସାମିଲ କରାଯାଇନଥିଲା। ତେଣୁ ସେ ସେହି ସ୍ଥାନରେ ଉପସ୍ଥିତ ରହି ସହିଦ୍ ଙ୍କୁ ସମ୍ମାନ ଦେବାକୁ ଆସିନଥିଲେ। ଏହା ଦେଶକୁ ରକ୍ଷା କରିବାକୁ ଯାଇ ଜୀବନ ବଳିଦାନ ଦେଇଥିବା ଶହୀଦଙ୍କ ପାଇଁ ଘୋର ଅପମାନ । ତେଣୁ Dhenkanal ଜିଲ୍ଲା ଅବସର ପ୍ରାପ୍ତ ସୈନିକଙ୍କୁ ନେଇ ସଂଘର ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ରାଉତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ସମସ୍ୟା ବିଷୟରେ ଅବଗତ କରାଇ ଥିଲେ। ଦେଶରେ ପ୍ରଥମେ ସହିଦ୍ ମାନଙ୍କୁ ସମ୍ମାନ ଦିଆଯାଏ ତା ପରେ ଅନ୍ୟାନ୍ୟ ମହାପୁରୁଷ ମାନଙ୍କୁ। ଏହି କାର୍ଯ୍ୟକ୍ରମ ପ୍ରଥମେ ଦେଶର୍ ପ୍ରଧାନମନ୍ତ୍ରୀ ମଧ୍ୟ କରିଥାନ୍ତି। ସାଧାରଣତନ୍ତ୍ର ଦିବସ ମୂଖ୍ୟତ ଦେଶର ସହିଦ୍ ମାନଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଦେଶର ରାଜଧାନୀ ଦିଲ୍ଲୀରେ କେବଳ ଦେଶର ସୈନିକମାନଙ୍କୁ ନେଇ ଏହା ଧୁମଧାମରେ ପାଳନ ହୋଇଥାଏ। ଢେଙ୍କାନାଳ ରେ ମଧ୍ୟ ପ୍ରତିବର୍ଷ ମୁଖ୍ୟ ଅତିଥି ଯୋଗ ଦେଇଥାନ୍ତି।  

ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇବା ପରେ ସେ ଏହି ଭୁଲ କୁ ସ୍ୱୀକାର କରିଥିଲେ। ସହିଦଙ୍କ ଜୀବନର ମୂଲ୍ୟ ସେ ବୁଝି ହୃଦୟଙ୍ଗମ କରିଥିଲେ ଏବଂ ବ୍ୟକ୍ତିଗତ ଭାବେ ଆମକୁ ଆଶ୍ୱସନା ଦେଊଛନ୍ତି ଯେ ଆଗାମୀ ଦିନରେ ଏହି ଭୁଲ ହେବନାହିଁ । ପୌରପାଳିକାର ଅବହେଳାରୁ ସହିଦ୍ ସ୍ଥଳରେ କୌଣସି ସଜବାଜ ନହେଉଥିବାରୁ ତାଙ୍କୁ ଭର୍ତ୍ସନା କରିଥିଲେ ।ତାପରେ ମୂଳ ରୂପେ ଦୋଷ କରିଥିବା ଜିଲ୍ଲା ସୂଚନା କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ଅବହେଳା ପାଇଁ ତାଙ୍କୁ ନିନ୍ଦା କରିଥିଲେ ଓ ସୂଚନା ଅଧିକାରୀ ଆଶ୍ୱସନା ଦେଇଛନ୍ତି ଯେ ଆଗାମୀ ଥର ପ୍ରଥମେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପରେ ସହିଦ୍ ସ୍ତମ୍ଭରେ ଏହି ଜାତୀୟ ଉତ୍ସବ ପାଳନ କରାଯିବ। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ଏନଏସି

masiha

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

Leave a Comment

error: Content is protected !!