ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୱେଷା ର ୧୨୭ ତମ ସାମୂହିକ ଜନ୍ମଦିବସ ପାଳନ

ଅନ୍ୱେଷା ର ୧୨୭ ତମ ସାମୂହିକ ଜନ୍ମଦିବସ ପାଳନ 

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ୧୨୭ ତମ ସାମୁହିକ ଜନ୍ମଦିନ ସ୍ଥାନୀୟ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ, ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଉପଦେଷ୍ଟା ରବିନ୍ଦ୍ର କୁମାର ପାଣ୍ଡବ ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଚଳିତ ଜୁଲାଇ ମାସରେ ଜନ୍ମଗ୍ରହଣ କରିଥିବା ସାମ୍ବାଦିକ ଶ୍ରୀ ରାଉତ, ସମାଜସେବୀ ତରୁଲତା ସାମଲ, ରୋନକ ଶତପଥୀ, ମୁକେଶ କୁମାର, ଉଷାରାଣୀ ଶତପଥୀ, ଅର୍ଚ୍ଚନା ଦେବତା ଓ ଶ୍ରଦ୍ଧା ଅନୁଷ୍ଠାନର ଜନ୍ମଗ୍ରହଣ କରିଥିବା ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ କେକ୍ କଟାଯାଇ ଜନ୍ମଦିନ ପାଳନ କରାଯାଇ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା। ସେହିପରି ସମସ୍ତ ଅତିଥି ଓ ଅନ୍ତେବାସୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇତିଶ୍ରୀ ଦାସ, ଦୀପ୍ତି ଶର୍ମା,ଶ୍ବେତାଙ୍ଗିନୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ତରୁଲତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନିଷ୍ଠ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଧର୍ମ ପରାୟଣ ସମାଜସେବୀ ସୁରେନ୍ଦ୍ର ନାଥ ବେହେରାଙ୍କ ସ୍ମୃତି ସଭା 

Sunil Chandra Nayak

ତେରେସିଂହାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!