ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପାଣି ଘେରରେ ଦୌଡ଼େଶ୍ୱର ମନ୍ଦିର, ୨- ବୁଡ଼ିଲା ଅନନ୍ତଶୟନ ମୂର୍ତ୍ତି

ପାଣି ଘେରରେ ଦୌଡ଼େଶ୍ୱର ମନ୍ଦିର

ଢେଙ୍କାନାଳ – ଲଗାଣ ବର୍ଷା ଯୋଗୁଁ ଢେଙ୍କାନଳ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଫୁଲି ଉଠିଛି। ଜିଲ୍ଲାକୁ କୌଣସି ବନ୍ଯା ସୂଚନା ନଥିବା ସତ୍ତ୍ୱେ ବ୍ରାହ୍ମଣୀ ନଦୀରେ ହଠାତ୍ ଅଧିକ ଜଳସ୍ତର ବୃଦ୍ଧି ପାଇଛି। ବୁଧବାର ସଂଧ୍ୟାରେ ହଠାତ୍ ବ୍ରାହ୍ମଣୀ ନଦୀ ଉଚ୍ଛୁଳିବାରୁ ଗଁଦିଆ ବ୍ଳକ୍ କରମୂଳସ୍ଥିତ ଦୌଡ଼େଶ୍ଵର ମନ୍ଦିରରେ ପାଣି ପଶି ଯାଇଛି। ମନ୍ଦିର ପରିସର ପାଣିଘେର ମଧ୍ୟରେ ବୁଡ଼ି ରହିଛି। ହଠାତ୍ ପାଣି ମାଡ଼ିଆସିବାରୁ ମନ୍ଦିର ପୂଜକ ସମେତ କିଛି ଭକ୍ତ ଉଚ୍ଚସ୍ଥାନକୁ ଚାଲି ଆସିଥିଲେ। ମନ୍ଦିର ପରିସରରେ ୫ ଫୁଟ ଉଚ୍ଚର ପାଣି ଲହରୀ ମାରିବା ସହ ଆଖପାଖ ଅଞ୍ଚଳ ଜଳାବର୍ଣ୍ଣ ହାଇଯାଇଛି। ଦୌଡେଶ୍ଵର ଶୈବପୀଠରେ ମହାଦେବଙ୍କ ପୂଜା,ହଠାତ୍ ପାଣି ମାଡ଼ିଆସିଲାରୁ ପୂଜାନୀତି ସନ୍ଧ୍ୟା ଧୂପ ପ୍ରଭୁଙ୍କର ବନ୍ଦ ରହିଛି। ଶିବଲିଙ୍ଗ ପାଣିରେ ବୁଡ଼ି ଯାଇଛି। ମନ୍ଦିର ଭିତରକୁ ଯିବାରାସ୍ତା ସବୁ ପାଣି ଘେରରେ ରହିଛି। ସମଲ ବ୍ୟାରେଜର ଗେଟ୍ ଖୋଲିଲେ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥାଏ। କିନ୍ତୁ ସମଲ ଗେଟ୍ ଖୋଲିବା ନେଇ ଲୋକଙ୍କ ନିକଟରେ କୌଣସି ସୂଚନା ନଦୀକୁ ସଂଯୋଗ କରୁଥିବା ଶାଖା ନଈ,ନାଳ ଆଦିରେ ଜଳ ବୃଦ୍ଧି ପାଇବା ଯୋଗୁଁ ଏହାର କୂଳବର୍ତ୍ତୀ ଗ୍ରାମ ସମେତ ଚାଷଜମିରେ ପାଣି ପଶିଯାଇଛି। ମନ୍ଦିର ଓ ଚାଷଜମିରେ ହଠାତ୍ ପାଣି ପ୍ରବେଶକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।

ବୁଡ଼ିଲା ଅନନ୍ତଶୟନ ମୂର୍ତ୍ତି

ଢେଙ୍କାନାଳ – ଢେ଼ଙ୍କାନାଳ ପରଜଙ୍ଗ ବ୍ଳକ୍ ସରାଙ୍ଗଠାରେ ବ୍ରାହ୍ମଣୀ ନଦୀ ଶଯ୍ୟାରେ ରହିଥିବା ଶ୍ରୀବିଷ୍ଣୁଙ୍କ ଅନନ୍ତଶୟନ ମୂର୍ତ୍ତି ବୁଡ଼ି ଯାଇଛି। ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀରେ ବଢ଼ି ପାଣି ଆସିଥିବା ବେଳେ ମୂର୍ତ୍ତି ପାଣିରେ – ବୁଡ଼ିରହିଛି। ପାଣିର ପ୍ରଖରସ୍ରୋତ ଯୋଗୁଁ ମୂର୍ତ୍ତି କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ସେହିପରି ବାଲିରେ ମୂର୍ତ୍ତି ପୋତି ହୋଇ ନିଶ୍ଚିହ୍ନ ହେବା ସମ୍ଭାବନା ମଧ୍ୟ ରହିଛି। ଅନନ୍ତଶୟନ ମୂର୍ତ୍ତି ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ନିରାଶ ହୋଇ ଫେରୁଛନ୍ତି। ଏହା ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇଥିବା ବେଳେ ମୂର୍ତ୍ତିର ସୁରକ୍ଷା ନିମନ୍ତେ ପ୍ରତ୍ନତତ୍ତ୍ୱ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ହଜି ଯାଇଛି କଣ୍ଢେଇନାଚ ଦୁର୍ଦ୍ଧିନରେ କଳାକାର ୬୦ ଦଶକର ଚିତ୍ର କଣ୍ଢେଇନାଚ 

Sunil Chandra Nayak

ନିଶିଗନ୍ଧା ପରିଚାଳନା ସମିତି କର୍ତ୍ତୃପକ୍ଷ ଙ୍କ ବିଶେଷ ସୂଚନା

Sunil Chandra Nayak

ଦାଦନ ଶ୍ରମିକର ମୃତ୍ୟୁ ବେସାହାରା ସ୍ତ୍ରୀ ଓ ପୁଅ , ନୂଆଖାଇ ପଡିଲା ଫିକା

masiha

Leave a Comment

error: Content is protected !!