ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଟି ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ 

ସିଟି ସ୍ତରୀୟ ଖେଲୋ ଇଣ୍ଡିଆ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ 

ରାଉରକେଲା ୧୯/୬/୨୬: , ବିଶ୍ବ ବାଇସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଯୁବ ଓ ସ୍ପୋର୍ଟସ ମନ୍ତ୍ରଣାଳୟ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ, ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ସାଇକେଲ ଶୋଭାଯାତ୍ରା ସେକ୍ଟର – ୧୩ ମେଲଣ ପଡିଆରୁ ବାହାରି ସେକ୍ଟର ୭/୧୭ ଛକ ହୋଇ ପୁଣି ୧୩ ନମ୍ବର ପଡିଆକୁ ପ୍ରତ୍ୟାବର୍ତନ କରିଥିଲା l ମୁଖ୍ୟଅତିଥି ଭାବେ ପୋଲିସ ଇନ୍ସପେକ୍ଟର କ୍ଷିତୀଶ ଚନ୍ଦ୍ର ପାତ୍ର, ସୁନ୍ଦରଗଡ଼ ଡ଼ିଏଏ ର ଉପ ସଭାପତି ରାଧା ମୋହନ ନାୟକ ଓ ଓଡିଶା ସାଇକିଲିଂ ଆସୋସିଏସନ ର ଯୁଗ୍ମ ସମ୍ପାଦକ ଗୋପୀନାଥ ପଣ୍ଡା ମିଳିତ ଭାବେ ସବୁଜ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ l  

ଆୟୋଜିତ କାର୍ଯ୍ୟକ୍ରମ ରେ ଡିଏଏ ର ବରିଷ୍ଠ ସଦସ୍ୟ ଆରବିନ୍ଦ ପାତ୍ର, ବିବୁଦତ୍ତ ବେହେରା, ଇସ୍ପାତ କଲେଜ ର ପିଇଟି ଅଧ୍ୟାପକ ସୁବ୍ରତ ଭଞ୍ଜ, ଉଦିତ ନଗର ହାଇସ୍କୁଲ ର ପିଇଟି ଶିକ୍ଷକ ଆଶିଷ ପ୍ରଧାନ, ଆରଇସି ହାଇସ୍କୁଲ ର ପିଇଟି ଶିକ୍ଷକ ଅଜୟ କୁମାର ରାଉତ, ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକା ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଅତିଥି ମାନେ କ୍ରୀଡା ଓ ସାଇକେଲ ଚାଳନା ସମ୍ପର୍କ ରେ ଆଲୋକପାତ କରିବା ସହ ସାଇକେଲ ଚାଳନା ଦ୍ୱାରା ଆମେ ସ୍ୱାସ୍ଥ୍ୟବାନ ରହିପାରିବା ବୋଲି କହିଥିଲେ l ଗୋପୀନାଥ ପଣ୍ଡା ଙ୍କ ତତ୍ୱାବଧାନ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆରତୀ ଚୌଧୁରୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଏଥିରେ ସାଇକ୍ଲୀଷ୍ଟ ରଶ୍ମିତା କର, ବର୍ଷା ବାନାର୍ଜୀ, ପ୍ରମୋଦ କୁମାର ବେହେରା, ରିୟା କୁମାରୀ, ଶିବାନୀ, ସୁରେନ ପାଲ, ସଚି ପଣ୍ଡା, ଗୀତା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର 30ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

Sunil Chandra Nayak

ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେରୁକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!