ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ପୋଲିସ ପ୍ରଶାସକ ସୁରେଶ ପାତ୍ରଙ୍କ ରାଇରଙ୍ଗପୁର ପୋଲିସ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି

ବରିଷ୍ଠ ପୋଲିସ ପ୍ରଶାସକ ସୁରେଶ ପାତ୍ରଙ୍କ ରାଇରଙ୍ଗପୁର ପୋଲିସ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି

ରାଇରଙ୍ଗପୁର – ୧୯/୦୬ ଆଜି ରାଇରଙ୍ଗପୁର ପୋଲିସ ଜିଲ୍ଲା ପାଇଁ ଐତିହାସିକ ଦିନ ।ବହୁ ପ୍ରତିକ୍ଷିତ ଏସପି ନିଯୁକ୍ତିର ଅନ୍ତଃ ହୋଇଛି ।ରାଇରଙ୍ଗପୁର ପୋଲିସ ଜିଲ୍ଲାର‌ ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବରିଷ୍ଠ ପୋଲିସ ପ୍ରଶାସକ ସୁରେଶ ପାତ୍ର ଯୋଗଦାନ କରିଛନ୍ତି ।ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ରାଇରଙ୍ଗପୁର ଗସ୍ତ ହେବାବେଳେ ତାଙ୍କର ମଧ୍ୟ ଆଜି ନୂତନ ଦାୟିତ୍ବ ଥିଲା ।ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ସୁରେଶ ପାତ୍ର କହିଥିଲେ ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କାମ କରିଛନ୍ତି ।ଆଦିବାସୀଙ୍କ ମନୋଭାବ, ଜିଲ୍ଲାର ଭୂଗୋଳ, କାମ କରିବାର ଅଭିଜ୍ଞତା ଅଛି ।ପୋଲିସ ଜନତା ଏବଂ ସାମ୍ବାଦିକ ସୁସମ୍ପର୍କ ରହିବ କିନ୍ତୁ କ୍ରିମିନାଲ ଙ୍କ ପ୍ରତି ପୋଲିସର କଠୋର ମନୋଭାଵ ରହିବ ।ସେ ନାରୀ ସୁରକ୍ଷା, ମହିଳା ଶିଶୁ ଓ ବୟସ୍କ ସୁରକ୍ଷାଙ୍କୁ ଗୁରୁତ୍ବଦେବା,ଗରୀବ,ଅସହାୟ ଲୋକଙ୍କୁ ତ୍ବରିତ ନ୍ୟାୟ,ଟ୍ରାଫିକ ସମସ୍ୟା ଦୂର କରିବାସହ ସିମାନ୍ତ ଅଞ୍ଚଳରେ କଡାକଡି ସୁରକ୍ଷା ପ୍ରତି ଗୁରୁତ୍ଵ ଦେବେ ।ତାଙ୍କ ନିଯୁକ୍ତିରେ ସମଗ୍ର ରାଇରଙ୍ଗପୁର ପୋଲିସ ଜିଲ୍ଲାବାସୀ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ‌

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

Sunil Chandra Nayak

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

Sunil Chandra Nayak

ବ୍ଲକ ସ୍ତରିୟ ଯାଦବ ସମାଜ ନୁଆଁଖାଇ ଭେଟଘାଟ

masiha

Leave a Comment

error: Content is protected !!