ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ କାଟ ନେଇ ସିପିିଆଇ(ଏମ) ର ଆନ୍ଦୋଳନ

ମ.ରାମପୁର,୨୭/୬(ମସୀହା): ସହରାଞ୍ଚଳ ରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠାରେ ବିଦ୍ୟୁତ୍ କାଟ ହେଉଛି l ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇ ପଡିଲେଣି l ଏ ନେଇ ସବୁଠି ବିରୋଧ ହେଉଛି l ଆଜି ସିପିଆଇ(ଏମ) ଜିଲ୍ଲା କମିଟି ତରଫରୁ ବିଦ୍ୟୁତ୍ ଅଫିସ ଆଗରେ ଆନ୍ଦୋଳନ କରାଯାଇଛି l ପ୍ରଥମେ ମ.ରାମପୁର ତହସିଲ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାର ଏବଂ ପରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଏକ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଏଥିରେ ବିଦ୍ୟୁତ କାଟ ବନ୍ଦ କରିବା ,ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ କରିବା, କମ୍ପାନୀ ବକେୟା ବିଦ୍ୟୁତ୍ ବିଲ ଜୋର ଜବରଦସ୍ତ ଆଦାୟ କରିବା ବନ୍ଦ କରିବା ସହିତ ନିରବଚ୍ଛିନ୍ନ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବା ପାଇଁ ଦାବି କରାଯାଇଛି l ଏହି ଆନ୍ଦୋଳନକୁ ସମ୍ପାଦକ ମଣ୍ଡଳୀ ସଦସ୍ୟ ସତ୍ୟଜିତ ଚାଟାର୍ଜୀ ନେତୃତ୍ୱ ନେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ପ୍ରହରାଜ,ଚମରା ବଗର୍ତ୍ତୀ,ନକୁଳ ମାଝୀ, ଦେବଜିତ ଚାଟାର୍ଜୀ,ଭଗବାନ ମାଝୀ,ବନିତା ରାଉତ ,ବିଶ୍ବମ୍ବର ଡୁଙ୍ଗୁରି ପ୍ରମୁଖ ସାମିଲ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବରଡା ଝୋଡି ଓ ଲଦୀପଦର ଗ୍ରାମ ବାସୀ ଙ୍କୁ ପୁଣି ମିଳିଲା ପ୍ରତିଶୃତି : ଭୋଟ ବର୍ଜନ ପରେ ମଧ୍ୟ ମୌଳିକ ସମସ୍ୟା ସମାଧାନ ରେ ପ୍ରଶାସନ ତତ୍ପର ନାହଁ

Sunil Chandra Nayak

ରବିଧାନ ବିକ୍ରିରୁ ବଞ୍ଚିତ ମେଗାଲିଫ୍‌ଟ ଅଞ୍ଚଳର ଚାଷୀଙ୍କ ଆନ୍ଦୋଳନ ଜାରୀ ଆଜି ଧର୍ମଗଡ଼ ଆଞ୍ଚଳିକ କୃଷକ ମହାସଂଘ ଚାଷୀ ଆନ୍ଦୋଳନରେ ସାମିଲ

କଦଳିମୁଣ୍ଡା ରେ ବିଶାଳ ଆଦିବାସୀ ମେଳି

masiha

Leave a Comment

error: Content is protected !!