ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ନୋଟ୍ କାରବାର, : ୨୦୦ ଟଙ୍କିଆ ୧୦୦ ଖଣ୍ଡ ନକଲି ନୋଟ ସହ ମୋବାଇଲ୍ ଜବତ, ଜଣେ ଗିରଫ 

ମ,ରାମପୁର,୨୭/୬ (ମସୀହା): ନକଲି ନୋଟ୍ କାରବାର କରୁଥିବା ବେଳେ ରିଷିଡା ଗାଁ ରୁ ଜଣକୁ ମ.ରାମପୁର ପୋଲିସ ଗିରଫ କରି ତା ଠାରୁ ୨୦୦ଟଙ୍କିଆ ୧୦୦ଖଣ୍ଡ ନକଲି ନୋଟ ଜବତ କରିଛି। ସମୁଦାୟ ୨୦ ହଜାର ନକଲି ଟଙ୍କା ଜବତ ହୋଇଛି। ଗିରଫ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର କୁନ୍ଦେଇପାଲି ଗାଁ ର ବିରେନ୍ଦ୍ର ସୁନା ବୋଲି ଜଣାପଡିଛି। ବିରେନ୍ଦ୍ର ଗତ କାଲି ସନ୍ଧ୍ୟା ସମୟରେ ରିଷିଡା ଗାଁ ର ମେଡିକାଲ ନିକଟରେ ଏକ କଳା ରଙ୍ଗର ପଲିଥିନ ରେ ନକଲି ନୋଟ ରଖି ଠିଆ ହୋଇଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ପୋଲିସ ତା ପାଖରେ ପହଞ୍ଚିଥିଲା।ପରେ ତା ଠାରୁ ୨୦୦ ଟଙ୍କିଆ ନକଲି ନୋଟ ୧୦୦ ଖଣ୍ଡ ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲ କୁ ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେସିଙ୍ଗା ଏସଡିପିଓ ରୋହିତ ବର୍ମା ସୂଚନା ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟ ରେ ମ,ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଏସ ଆଇ ଶ୍ରିରାଜ ପାଢ଼ୀ ଉପସ୍ଥିତ ଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବିଂଝାରପୁର ରେ ଡ୍ରଗସ ପାଇଁ ଅସୁରକ୍ଷିତ ରାଜରାସ୍ତା, ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବି 

masiha

ଡକାୟତି ଉଦ୍ୟମ ପଣ୍ଡ : ରାଉରକେଲା ପୋଲିସ୍ ଦ୍ବାରା ୫ ଅଭିଯୁକ୍ତ ଗିରଫ ଓ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

ଜେସିବି ପୋଡ଼ିଲେ ଦୃର୍ବୃତ୍ତ , କାରଣ ଅସ୍ପଷ୍ଟ

Leave a Comment

error: Content is protected !!