ଲାଞ୍ଜିଗଡ (ତା – 27/06/23)ସରକାର ଙ୍କ ଗାଇଡ଼ ଲାଇନ ଅନୁସାରେ ପ୍ରତ୍ୟେକ ବୃଦ୍ଧାଙ୍କୁ ଯୋଗ୍ୟତା ଅନୁସାରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥାଏ l ଆଗରୁ ବୃଦ୍ଧା ମାନଙ୍କୁ ନିୟମିତ ଭାବରେ ଭତ୍ତା ଟଙ୍କା ପ୍ରତେକ ମାସରେ ପଞ୍ଚାୟତ କାର୍ଯ୍ୟାଳୟ ରେ ଭତ୍ତା ଟଙ୍କା ମିଳୁଥିଲା ହେଲେ ବର୍ତମାନ ଏବେ ସରକାରଙ୍କ ନୂଆଁ ଗାଇଡ଼ ଲାଇନ ଅନୁସାରେ ଭତ୍ତା ଟଙ୍କା ଗୁଡାକ ନିଜ ନାମରେ ଥିବା ବ୍ୟାଙ୍କ ଖାତାରେ ପଡୁଛି
କିନ୍ତୁ ଏବେବି ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ପଡ଼ୁ ନାହିଁ ଯାହାଫଳରେ ଶତାଧିକ ବୃଦ୍ଧା ଭତ୍ତା ଟଙ୍କା ଅପେକ୍ଷା ରେ ଚାଇଁ ବସିଛନ୍ତି ଯେ ମିଳିଲେ ପେଟ ପାଟଣା କରିବା ପାଇଁ l ଏହି ଭଲି ଚିତ୍ର ସମାନକୁ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଦ୍ୟୁଷିତ ବେନଗାଁ ଗ୍ରାମ ପଞ୍ଚାୟତରରେ l ସୂଚନା ଅନୁସାରେ ଏହି ପଞ୍ଚାୟତରେ ବୃଦ୍ଧା ମାନେ ଆଗରୁ ସମସ୍ତେ ନିୟମିତ ଭାବରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପାଉଥିଲେ ହେଲେ ନିଜ ନିଜ ପାସ ବହିରେ ଭତ୍ତା ଟଙ୍କା ପଡିବା ଦିନଠାରୁ ବର୍ତମାନ ଶତାଧିକ ବୃଦ୍ଧା ୫ ରୁ ୬ ମାସ ଲେଖାଏଁ ଭତ୍ତା ଟଙ୍କା ପାଇ ନାହାନ୍ତି ଯାହାକି ବୃଦ୍ଧା ବୟସରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ୟାଙ୍କ କୁ ଦୌଡି ଦୌଡ଼ି ଲହୁଲୁହାଣ ହେବାକୁ ପଡୁଛି l ଏ ସମ୍ପକରେ ଭତ୍ତା ଟଙ୍କା ନ ପାଇ ଥିବା ବୃଦ୍ଧା ମାନେ ଏକତ୍ରିତ ହୋଇ ଆଜି ପଞ୍ଚାୟତ ନିର୍ବାହିଅଧିକାରୀ ଯଦୁମଣି ନାଏକ ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ରେ ବୃଦ୍ଧା ମାନେ ଆସି ପଚାରିବାରୁ ଶ୍ରୀ ନାଏକ ଉତ୍ୟକ୍ତ ହୋଇ ବୃଦ୍ଧା ମାନଙ୍କୁ ଗାଳିଗୁଲଜ କରିବା ସହ ତୁ କିଏ ସେ ମତେ ବାରମ୍ବାର ଭତ୍ତା ଟଙ୍କା ବିଷୟରେ ପଚାରିବା ଲୋକ ବୋଲି ବୃଦ୍ଧା ମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି l ଏ ସମ୍ପକରେ ଆମେ ବେନଗାଁ ସରପଞ୍ଚ ଙ୍କୁ ଫୋନ ମାଧ୍ୟ୍ୟମରେ ପଚାରି ଥିଲୁ ଯେ ସେ କହିଲେ ଏକଥା ସମ୍ପୂର୍ଣ ସତ ପବ୍ଲିକ ହଉବା ଆମକୁ ମଧ୍ୟ୍ୟ ସେହି ଭଲି ବ୍ୟବହାର କରନ୍ତି ସେ l ବୃଦ୍ଧା ସମୟରେ ଅନେକ ବୃଦ୍ଧା ଦୁରଦୂରାନ୍ତରରୁ ଚାଲି ଚାଲି ଆସି ଭତ୍ତା ଟଙ୍କା ନ ପାଇ ନିରାଶ ହୋଇ ଘରକୁ ବାରମ୍ବାର ଫେରୁ ଥିବା ବେଳେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବୃଦ୍ଧା ମାନଙ୍କୁ ବୁଝା ସୁଝା କରିବା ବଦଳରେ ଏମିତି ଗାଳି ଗୁଲଜ କରି ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରି ଯାଅ ବୋଲି ଧମକ ଦେବା କେତେବଡ ଯୁକ୍ତିଯୁକ୍ତ l ବୃଦ୍ଧା ମାନଙ୍କ ସହିତ ହାରାହାରି ୨ ଘଣ୍ଟା କଥା କଟାକଟି ପରେ ଶତାଧିକ ବୃଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ପଞ୍ଚାୟତ କୁ ତାଲାପକାଇ ବନ୍ଦ କରି ଦୃଢ଼ ପ୍ରତିବାଦ କରି ଥିଲେଯେ ଯେଉଁ ୫ ରୁ ୬ ମାସ ବାକି ଥିବା ଭତ୍ତା ଟଙ୍କା ଦିଅ ନ ଯାଏ ତାହାହେଲେ ସେତେ ଦିନ ପର୍ଯ୍ୟନ୍ତ ଆମେ ପଞ୍ଚାୟତ କାର୍ଯ୍ୟାଳୟକୁ ବନ୍ଦ ରଖିବୁ l ବୃଦ୍ଧା ମାନଙ୍କ ବାକି ଥିବା ଭତ୍ତା ଟଙ୍କା ଦେବ ପାଇଁ ତୁରନ୍ତ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ଦାବି ହେଉଛି ।
ଲାଞ୍ଜିଗଡ ବ୍ଲକରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ


