ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ତେରେସିଂହାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ ହୋଇ ଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀରଙ୍କ ନେତୃତ୍ୱରେ ସ୍ଥାନୀୟ ଖେଳ ପଡ଼ିଆ ଠାରେ ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଦ୍ୟାଳୟ ର ଶିକ୍ଷକ ଆଶିଷ କୁମାର ମଲ୍ଲିକ, କରୁଣାକର ସାହୁ, ସୁଧୀର ରଞ୍ଜନ ସୁନା, ରତନ ଭୋଇ, ଲକ୍ଷ୍ମଣ ଭୋଇ, ବିଶ୍ଵମ୍ବର ସରାଫ, ସୂର୍ଯ୍ୟମଣୀ ରଣା, ପ୍ରଶାନ୍ତ ସାହୁ, ସୂର୍ଯ୍ୟମଣୀ ଭୋଇ, ପୁଷ୍ପଲତା ନାଏକ, ଇପ୍ସିତା ନାଗ, ପର୍ଶୁ ମହାନନ୍ଦ, ସିନ୍ଧୁରଜ ରଣା, ଜଗଜୀବନ ବାଗ ପ୍ରମୁଖ ଉପସ୍ଥିତ ରହି ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ, ନିରୋଗ ରହିବା ଓ ତାର ବିଭିନ୍ନ ଉପକାରିତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ l ଏଥିରେ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ଯୋଗ ଅଭ୍ୟାସ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ 

masiha

ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ ” ଥିମ ସଙ୍ଗ ପ୍ରସ୍ତୁତି ଶେଷ ଆସନ୍ତା ୨୬ରେ ଷ୍ଟାଡିୟମ କନଫରେନ୍ସ ହଲ ରେ ହେବ ଓଡିଓ ରିଲିଜ 

Sunil Chandra Nayak

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ, #ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ  ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

Sunil Chandra Nayak

Leave a Comment

error: Content is protected !!