ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

ବଡ଼ବିଲ : କେନ୍ଦୁଝର ଜିଲ୍ଲା ୫୨୦ ନମ୍ୱର ଜାତୀୟ ରାଜପଥ ଉପରେ ଆଜି ସକାଳ ୫.୩୦ ରୁ ୬ ଟା ସମୟରେ ଟ୍ରକ୍ ଚାଳକକୁ ଦୁର୍ବୁତ୍ତ ମାନେ ରାସ୍ତା ରେ ଅଟକାଇ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ନଗଦ ଟଙ୍କା ସହିତ ମୋବାଇଲ୍ ଲୁଟ କରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଆଜି ଭୋର ସମୟରେ ଭଦ୍ରାସାହି ନିକଟସ୍ଥ ରୋଇଡ଼ା ଛକ ପାଖରେ ଏକ ଟ୍ରକ୍ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ରାସ୍ତା ମଝିରେ ଟ୍ରକ କୁ ଅଟକାଇ ଦେଇ ଟ୍ରକ ଚାଳକ ସତ୍ୟନାରାୟଣ ବିଶ୍ୱକର୍ମା କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସେ ନିଜେ ପ୍ରକାଶ କରିଛନ୍ତି ।ସର୍ବ ପ୍ରଥମେ ଡ୍ରାଇଭରକୁ ଦୁର୍ବୃତ୍ତମାନେ ଭୁଜାଲି ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ତାଙ୍କୁ ଭୟଭୀତ କରି ଲୁଟିବା ଆରମ୍ଭ କରିଥିଲେ। ପରେ ସେମାନେ ତାଙ୍କ ପାଖରେ ଥିବା କିଛି ନଗଦ ଟଙ୍କା ଓ ତାଙ୍କ ମୋବାଇଲ ଫୋନ୍ ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ। ଲୁଟ୍ ସମୟରେ ଦୁର୍ବୃତ୍ତମାନେ ଚାଳକଙ୍କୁ ନିର୍ମମ ଭାବରେ ଛୁରା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଚାଳକଙ୍କ ବାମ ହାତ ଭାଙ୍ଗିଯାଇଥିବା ସହିତ ଦୁଇହାତରେ ଛୁରା ଆଘାତ ହେବା ସହ ମୁଣ୍ଡରେ ଗଭୀର ଚୋଟ ଲାଗିଥିଲା। ପରେ ଚାଳକ ରକ୍ତାକ୍ତ ଅବସ୍ଥାରେ କିଛି ଦୂର ଯାଇ ସ୍ଥାନୀୟ ଲୋକେ ଦେଖି ବଡ଼ବିଲ ଥାନାକୁ ଖବର କରିଥିଲେ।ଖବର ପାଇ ବଡବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଚାଳକଙ୍କୁ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।ଘଟଣାସ୍ଥଳକୁ ପୋଲିସ ଟିମ୍ ପହଞ୍ଚି ସିସିଟିଭି ଫୁଟେଜ୍ ଓ ସନ୍ଦେହାସ୍ପଦ ବ୍ୟକ୍ତିଙ୍କ ଚଳଚଳା ବିଷୟରେ ତଦନ୍ତ କରୁଛନ୍ତି।ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଭଳି ଘଟଣା ଏହି ରାଜପଥ ରାସ୍ତା ଅଞ୍ଚଳରେ ରାତିରେ ସମୟରେ ମଝିରେ ମଝିରେ ଗାଡ଼ି କୁ ଅଟକାଇ ଲୁଟପାଟ ଘଟୁଛି ବୋଲି ଆଲୋଚନା ହେଉଛି। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ସୁନ୍ଦରଗଡ଼ ଠାରେ ଜାତୀୟ ଭୋଟର ଦିବସ ପାଳିତ

Sunil Chandra Nayak

ବକେୟା ଦରମା ଦାବିରେ ଜିପିଏଲ୍‌ଏଫ୍ କର୍ମୀଙ୍କ ଗଣଧାରଣା ଦ୍ଵିତୀୟ ଦିନରେ 

Sunil Chandra Nayak

Leave a Comment

error: Content is protected !!