ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣାଇ ଉପଖଣ୍ଡ!  କୁଲୁକୁତା ଘାଟିରେ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଡ଼୍ରାଇଭର ମୃତ , ୩ ଶ୍ରମିକ ଖଣ୍ଡିଆ ଖାବରା 

ବଣାଇ ଉପଖଣ୍ଡ!  କୁଲୁକୁତା ଘାଟିରେ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଡ଼୍ରାଇଭର ମୃତ , ୩ ଶ୍ରମିକ ଖଣ୍ଡିଆ ଖାବରା 

 କୋଇଡା – ୨୮/୦୮  ବଣାଇ ଉପଖଣ୍ଡ କୁଲୁକୁତା ଘାଟିରେ ଆଜି ସକାଳେ ଏକ ପର୍ବ ବ୍ଳକ ଇଟା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଘଟଣାସ୍ଥଳରେ ଡ୍ରାଇଭର ମୃତ ଏବଂ ୩ ଶ୍ରମିକ ଅଳ୍ପ ଆହତ ହୋଇ ଅଳ୍ପକେ ବର୍ତିଛନ୍ତି ।ସୂଚନାଯୋଗ୍ୟ ରେଙ୍ଗାଳି ଅଞ୍ଚଳରୁ ଏକ ଇଟା ବୋଝେଇ ଟ୍ରକ ବଣାଇ ଅଞ୍ଚଳର ଚାନ୍ଦିପୋଷ ଗ୍ରାମକୁ ଆସୁଥିବାବେଳେ କୁଲୁକୁତା ଘାଟିରେ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ଡ଼୍ରାଇଭର ରାସ୍ତାରେ ଛିଟିକି ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲେ ।୩ ଶ୍ରମିକ ଆହତ ହୋଇଥିଲେ ।ଟିକାୟତପାଲି ଥାନା ଏସ ଆଇ ଦିନଵନ୍ଧୁ ପ୍ରଧାନ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହତଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଗାଡ଼ିଟି କୁ ଜବତ କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଛନ୍ତି ।ମୃତ ଡ଼୍ରାଇଭର ହେଲେ ସମ୍ବଲପୁର ଜିଲ୍ଲାର ରାଜକିଶୋର ଏକ୍କା ।

 କୋଇଡାରୁ ଅକ୍ଷୟ ବିଶ୍ବାଳ

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ତ୍ରିରଙ୍ଗା ଜାତୀୟ ପତାକା ଦିବସ ପାଳିତ

Sunil Chandra Nayak

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ୪୫୨ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

Sunil Chandra Nayak

Leave a Comment

error: Content is protected !!