ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

କଟକ : କଟକ ସଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିକୁଞ୍ଜ କୁମାର ସ୍ବାଇଁଙ୍କୁ ଅବସରଜନିତ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ କୁଳସରିଚୁଆଁ ନୋଡାଲ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ମିଶ୍ର ଏଥିରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ୍ ଘୋଷ, ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ସନ୍ତୋଷ ରାଉତ, ସମ୍ମାନୀୟ ଅତିଥି ଭାବେ କଟକ ସଦର ମଣ୍ଡଳ ଶିକ୍ଷା ଅଧିକାରୀ ସରସ୍ଵତୀ କାନୁନଗୋ,ସହ ମଣ୍ଡଳ ଶିକ୍ଷା ଅଧିକାରୀ ଅନନ୍ତ ଚରଣ ଦେଉରୀ, ରବୀନ୍ଦ୍ର ବେହେରା,ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ସଂଯୋଜକ ସରିତା ଶତପଥୀ,ମହେନ୍ଦ୍ର ସ୍ମୃତି ନୀଳକଣ୍ଠ ନାଥ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୀନାରାଣୀ ବିଶ୍ବାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୌତମ ଚରଣ ପରିଡ଼ା, ବେଣ୍ଟକାର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଳ, ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାସ‌, ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଅତିଥି ମାନେ ସେବା ନିବୃତ ହେଇଥିବା ନିକୁଞ୍ଜ କୁମାର ସ୍ବାଇଁ ଙ୍କ ସୁନ୍ଦର୍ ଆଚରଣ, ବିଚକ୍ଷଣ ଦକ୍ଷତା, ଅସାଧାରଣ ଜ୍ଞାନ ଓ ଅଲୌକିକ ପ୍ରତିଭା ବାବଦରେ ବର୍ଣ୍ଣନା କରି ଚାକିରୀ କ୍ଷେତ୍ରରେ ତାଙ୍କ ଉତ୍ତମ କାର୍ଯ୍ୟକୁ ଭୂୟୀଷ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ସହ ମଣ୍ଡଳ ଅଧିକାରୀ ନିରଞ୍ଜନ ପାତ୍ର,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ ସୁଲଭ ବେହେରା, ୪୨ମୌଜା ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି,୪୨ ମୌଜା ବିକାଶ ପରିଷଦ କର୍ମକର୍ତ୍ତା,ବାରଙ୍ଗ, ଟାଙ୍ଗୀ, ଡମପଡାର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, କଟକ ସହର ଓ ସଦର ଆଞ୍ଚଳିକ ସାଧନ କେନ୍ଦ୍ରର ୩୨ ଜଣ ସଂଯୋଜକ ଓ ସଦର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମହେନ୍ଦ୍ର ସ୍ମୃତି ନୀଳକଣ୍ଠ ନାଥ ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଦ୍ଵାରା ଆୟୋଜିତ କରାଯାଇଥିଲା। ନୂତନ ସଂଯୋଜକ ଭାବେ ଶ୍ରୀମତୀ ବିରଜା ମିଶ୍ର ପୂର୍ବତନ ସଂଯୋଜକ ନିକୁଞ୍ଜ କୁମାର ସ୍ବାଇଁଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା ଦୁଇଟି ଗାଁରୁ ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ 

masiha

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

Sunil Chandra Nayak

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!