ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁବାଇରେ ଚମକିଲେ କଳାହାଣ୍ଡିର ଯୁବା ବୈଜ୍ଞାନିକା, ଜିଲ୍ଲା ପାଇଁ ଆଣିଲେ ଗୌରବ

ଦୁବାଇରେ ଚମକିଲେ କଳାହାଣ୍ଡିର ଯୁବା ବୈଜ୍ଞାନିକା, ଜିଲ୍ଲା ପାଇଁ ଆଣିଲେ ଗୌରବ

କୋକସରା,୨୬/୧୨ // କଳାହାଣ୍ଡିର ଝିଅ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ଵ କରି ଦୁବାଇରେ ବିଶ୍ୱର ମର୍ଯ୍ୟାଦା ଜନକ ପୁରସ୍କାର ନେଟ ଜିରୋ ଇଣ୍ଡଷ୍ଟ୍ରି ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମର କୃଷ୍ଣଚନ୍ଦ୍ର ପୁରୋହିତ ଓ ପଙ୍କଜିନି ପୁରୋହିତଙ୍କ ସୁକନ୍ୟା ଡ଼. ସୁନିତି ପୁରୋହିତ ସମ୍ବଲପୁର ବୁର୍ଲା ଇଞ୍ଜିନିୟରିଂ କଲେଜରେ ମେଟାଲୋଜିକାଲ ବିଭାଗରେ ପ୍ରଫେସର ରୁପେ କାର୍ଯ୍ୟ କରି ସଫଳତା ହାସଲ କରିଥିଲେ । ପରେ ପିଏଚଡ଼ି ଡିଗ୍ରୀ ପାଇଁ ଅଷ୍ଟ୍ରେଲିଆ ଦେଶ ମେଲବର୍ଣ୍ଣ ସହରର ସୁଇନବର୍ଣ୍ଣ ୟୁନିଭରସିଟି ଠାରେ ଟେକ୍ନୋଲୋଜିରେ ପିଏଚଡ଼ି କରିବା ସହ ସିଏସଆଇଆଇଓ ରିସର୍ଚ୍ଚ କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟ ନିଯୁକ୍ତ ଅଛନ୍ତି। ଗତ କିଛିଦିନ ତଳେ ଦୁବାଇ ଠାରେ ବିଶ୍ୱର ୨ ଶହ ଦେଶକୁ ନେଇ ଅନୁଷ୍ଠିତ ହୋଇଥିବା କପ ୨୮ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ଵ କରି ନିଜର ଗବେଷଣାତ୍ମକ ଆଇରନ ଓ ଷ୍ଟିଲ ମେକିଂକୁ ନେଇ ପ୍ରଦର୍ଶିତ ବିଷୟବସ୍ତୁ ଉପରେ ଜୁରି ମେମ୍ବରଙ୍କ ଉପସ୍ଥିତିରେ ମର୍ଯ୍ୟାଦା ଜନକ ନେଟ ଜିରୋ ଇଣ୍ଡଷ୍ଟ୍ରି ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ସମ୍ମାନିତ ହେବାପରେ ନିକଟରେ ଡ଼.ସୁନିତି ପୁରୋହିତ ନିଜ ଜନ୍ମ ମାଟିକୁ ଆସିଥିବା ବେଳେ ଲଡୁଗାଁ କଲେଜ ପକ୍ଷରୁ ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ବିଦେଶ ମାଟିରେ କଳାହାଣ୍ଡି ଜିଲ୍ଲାର ଯୁବ ବୈଜ୍ଞାନିକା ଡ଼.ସୁନିତି ପୁରୋହିତଙ୍କ ଏହି ସଫଳତାକୁ ନେଇ ଜନ୍ମମାଟି କାଉଡୋଳା ଓ କଳାହାଣ୍ଡି ଜିଲ୍ଲାରେ ଚିହ୍ନା ମହଲରେ ଖୁସି ଦେଖିବାକୁ ମିଳିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତlଳ ଗଛ ପଡି ଗର୍ଭବତୀ ମହିଳା ମୃତ

masiha

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ଓ ଲାଇନ୍ ମ୍ୟାନ ଦିବସ ପାଳିତ

Sunil Chandra Nayak

ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଏବଂ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ତୃତୀୟ ସ୍ୱନକ୍ଷତ୍ର ଦିବସ

Sunil Chandra Nayak

Leave a Comment

error: Content is protected !!