ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ
ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ତାଳଚେର ଖଣି ଅଞ୍ଚଳରେ କୋଇଲା ପାରିବହନ ଯୋଗୁଁ ରାସ୍ତାରେ ଥିବା ଗୋରୁ ଗାଇ ନିତି ଦିନ ଦୁର୍ଘଟଣାର ଶିକାର ହେଉଛନ୍ତି l ଯାହା ଦେଖା ଯାଉଛି ଯେଉଁ ଗୋରୁ ଗାଇଙ୍କ ଗୋଡ଼ ଭାଙ୍ଗି ଯାଇଛି ସେମାନେ ସେମିତି ପଶୁଚିକିତ୍ସାଳୟରେ ପଡିରହି ମୃତ୍ୟୁକୁ ଅପେକ୍ଷା କରୁଛନ୍ତି l ଏକ ପାଖିଆ ପଡି ରହିବା ଦ୍ୱାରା bed sores ର ଶିକାର ହୋଇ ଅକଥ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି l ଅନୁସନ୍ଧାନରୁ ଜଣାଯାଏ ଏଭଳି ଆଘାତ ପ୍ରାପ୍ତ ଗୋରୁ ଗାଇଙ୍କ ଉପଚାର ପାଇଁ ଗାଇ ଦୋଳା ମେସିନ୍ ବ୍ୟବହୃତ ହୋଇଥାଏ, ଯାହାକି ଏଠିକା କୌଣସି ଚିକିତ୍ସାଳୟରେ ଉପଲବ୍ଧ ନାହିଁ l ସରକାର ରାସ୍ତା ଉପରେ ଜୀବ ସୁରକ୍ଷା ଓ ଗୋ’ ସମ୍ପଦ ରକ୍ଷା ନିମାନ୍ତେ ଡିଣ୍ଡିମ ପିଟି ଆନିମଲ୍ ଆମ୍ଭୁଲେନ୍ସ ସେବା ଆରମ୍ଭ କରିଛନ୍ତି କିନ୍ତୁ ଯଦି ଆନୁସାଙ୍ଗିକ ଉପକରଣ ଚିକିତ୍ସାଳୟରେ ନଥିବ ଏ ସେବାର କୌଣସି ମହତ୍ୱ ନାହିଁ ବୋଲି ଅନେକ ପଶୁପ୍ରେମୀ ଓ ଗୋ’ ସେବକଙ୍କ ମତ l ଏଣୁ ପଶୁପ୍ରେମୀ ଏବଂ ଗୋ’ ସେବକ ଏହି ଅଞ୍ଚଳର ପ୍ରତେକ ପଶୁଚିକିତ୍ସା ଳୟ ରେ ଏହି ମେସିନ ଉପଲବ୍ଧ କରିବାକୁ ଦାବୀ କରୁଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରତ୍ୱର ସହ ବିଚାର କରିବାକୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି l