ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ତାଳଚେର ଖଣି ଅଞ୍ଚଳରେ କୋଇଲା ପାରିବହନ ଯୋଗୁଁ ରାସ୍ତାରେ ଥିବା ଗୋରୁ ଗାଇ ନିତି ଦିନ ଦୁର୍ଘଟଣାର ଶିକାର ହେଉଛନ୍ତି l ଯାହା ଦେଖା ଯାଉଛି ଯେଉଁ ଗୋରୁ ଗାଇଙ୍କ ଗୋଡ଼ ଭାଙ୍ଗି ଯାଇଛି ସେମାନେ ସେମିତି ପଶୁଚିକିତ୍ସାଳୟରେ ପଡିରହି ମୃତ୍ୟୁକୁ ଅପେକ୍ଷା କରୁଛନ୍ତି l ଏକ ପାଖିଆ ପଡି ରହିବା ଦ୍ୱାରା bed sores ର ଶିକାର ହୋଇ ଅକଥ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି l ଅନୁସନ୍ଧାନରୁ ଜଣାଯାଏ ଏଭଳି ଆଘାତ ପ୍ରାପ୍ତ ଗୋରୁ ଗାଇଙ୍କ ଉପଚାର ପାଇଁ ଗାଇ ଦୋଳା ମେସିନ୍ ବ୍ୟବହୃତ ହୋଇଥାଏ, ଯାହାକି ଏଠିକା କୌଣସି ଚିକିତ୍ସାଳୟରେ ଉପଲବ୍ଧ ନାହିଁ l ସରକାର ରାସ୍ତା ଉପରେ ଜୀବ ସୁରକ୍ଷା ଓ ଗୋ’ ସମ୍ପଦ ରକ୍ଷା ନିମାନ୍ତେ ଡିଣ୍ଡିମ ପିଟି ଆନିମଲ୍ ଆମ୍ଭୁଲେନ୍ସ ସେବା ଆରମ୍ଭ କରିଛନ୍ତି କିନ୍ତୁ ଯଦି ଆନୁସାଙ୍ଗିକ ଉପକରଣ ଚିକିତ୍ସାଳୟରେ ନଥିବ ଏ ସେବାର କୌଣସି ମହତ୍ୱ ନାହିଁ ବୋଲି ଅନେକ ପଶୁପ୍ରେମୀ ଓ ଗୋ’ ସେବକଙ୍କ ମତ l ଏଣୁ ପଶୁପ୍ରେମୀ ଏବଂ ଗୋ’ ସେବକ ଏହି ଅଞ୍ଚଳର ପ୍ରତେକ ପଶୁଚିକିତ୍ସା ଳୟ ରେ ଏହି ମେସିନ ଉପଲବ୍ଧ କରିବାକୁ ଦାବୀ କରୁଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରତ୍ୱର ସହ ବିଚାର କରିବାକୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି l

Related posts

ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦର ବୈଠକ

masiha

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

Sunil Chandra Nayak

Leave a Comment

error: Content is protected !!