ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁରଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ 

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁରଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ 

ନବରଙ୍ଗପୁର:( ୩୧ /୦୭/୨୦୨୫)(ରବି ନାରାୟଣ ମହାନ୍ତି) ଆଜୀବନ ବନ୍ଦୀ ଶ୍ରୀ ଦୁଲୁ ହରିଜନ ବୟସ ୭୪ ବର୍ଷ ନବରଙ୍ଗପୁର ଉପ କାରାଗାର ଦୀର୍ଘ ୧୮ ବର୍ଷ କାଳ ଆଜୀବନ ବନ୍ଦୀ ଭାବରେ ଜୀବନ ଅତିବାହିତ କରୁଥିଲେ । ଉପ କାରାଗାର ନବରଙ୍ଗପୁର ପରିଦର୍ଶନ ସମୟରେ ଏହି ବିଷୟ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରଙ୍କ ଗୋଚରକୁ ଆସିଥିଲା । ଏ ସମ୍ପର୍କରେ ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ସହ ଆଲୋଚନା ପରେ, ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ବନ୍ଦୀଙ୍କ ସମୟ ପୂର୍ବରୁ ମୁକ୍ତି ନିମନ୍ତେ, ଉପକାରାଗାର ନିର୍ଦ୍ଦେଶକ, ଭୁବନେଶ୍ବରଙ୍କୁ ଦ୍ରୁଷ୍ଟି ଆକର୍ଷଣ କରାଯାଇ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ବୈଠକରେ ଶ୍ରୀ ଦୁଲୁ ହରିଜନ ନାମଙ୍କୁ ମଞ୍ଜୁର କରିବା ନିମନ୍ତେ ପତ୍ରାଳାପ କରାଯାଇଥିଲା। ଛୟାଳିଶି ତମ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡରେ ତା୧୭/୦୫/୨୦୨୫ ରିଖ ବୈଠକରେ, ବନ୍ଦୀଙ୍କ ସମୟ ପୂର୍ବରୁ ମୁକ୍ତି ନିମନ୍ତେ ଆଲୋଚନା କରଯାଇ ସର୍ବସମ୍ମତି କ୍ରମେ ଶ୍ରୀ ହରିଜନକୁ ମୁକ୍ତି କରିବା ପାଇଁ ଆଦେଶ ମଞ୍ଜୁର ହୋଇଥିଲା। ଗତ ତାରିଖ ୧୯/୦୭/୨୦୨୫ ସରକାରଙ୍କ ଉପ-ସଚିବ, ଆଇନ ବିଭାଗ, ଓଡିଶା ବନ୍ଦୀ ଭାବେ ଜୀବନ କାଟୁଥିବା ଦୁଲୁ ହରିଜନକୁ ମୁକ୍ତ ନିମନ୍ତେ ଆଦେଶ ପ୍ରଦାନ କରିଥିଲେ । ତଦନୁଯାଇ ଦୁଲୁ ହରିଜନକୁ ତାଙ୍କ ଘରେ ନେଇ ଛଡା ଯାଇଥିଲା l କିନ୍ତୁ ତାଙ୍କ ସମ୍ପର୍କୀୟ ମନାକରିବାରୁ ନିର୍ମଲ ଆକାଶ ବୃଦ୍ଧାଶ୍ରମରେ, ତେନ୍ତୁଳିଖୁଣ୍ଟିରେ ଅସ୍ଥାୟୀ ରୂପେ ଥଇଥାନ କରାଯାଇଥିଲା । ମାନ୍ୟବର ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ପାରା ଲିଗାଲ ସ୍ବେଚ୍ଛାସେବୀ ହରେଶ ହରିଜନକୁ ଘର ଲୋକଙ୍କ ସହ ବୁଝାସୁଝା କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଦୁଲୁ ହରିଜନକୁ ସମ୍ପର୍କୀୟ ପରିବାର ବର୍ଗଙ୍କ ଦାୟିତ୍ଵରେ ଛଡ଼ାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର 

masiha

କର୍କଟ ସଚେତନତା ଶିବିର

Sunil Chandra Nayak

ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ଡ଼. ପ୍ରଦୀପ ମହାପାତ୍ର ଜଣେ ଉଜ୍ବଳତମ ନକ୍ଷତ୍ର ଥିଲେ : ପ୍ରେମ୍‌‍ ସଭାପତି ଜାକୋବ୍‌‍ ଥୁଣ୍ଡ୍ରିଲ

masiha

Leave a Comment

error: Content is protected !!