ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ମୟୂରଭଞ୍ଜ – ( ମସିହା) ସ୍ଵସ୍ଥ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ତରଫରୁ ବହଳଦା ବ୍ଲକର କାଙ୍କି ଗ୍ରାମ, ବିଞ୍ଝୁଆ ଗ୍ରାମ ଏବଂ କୁଲଗି ଗ୍ରାମରେ ଔଷଧିୟ ବୃକ୍ଷ ଯଥା – ଅଶୋକ ଗଛ- ୮୪ଟା, ଅଁଳା ଗଛ -୫୬ଟା, ଫଣଫଣା ଗଛ -୧୪ଟା ଏବଂ ପାଟଳୀ ଗଛ-୧୭ଟା ମୋଟ ୧୭୧ଟା ଗଛ ରୋପଣ କରାଯାଇଛି। ଆଗାମୀ ଦିନ ମାନଙ୍କରେ ରାଇରଙ୍ଗପୁର, ବିଜାତଳା, ବିଶୋଇ, କୁସୁମୀ, ଜମଦା ବ୍ଲକରେ ଦୁଇ ହଜାରରୁ ଅଧିକ ଔଷଧିୟ ବୃକ୍ଷ ରୋପଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମେନେଜିଙ୍ଗ ଟ୍ରଷ୍ଟି ଭାଗବତ ମହାନ୍ତ, ଚେୟାରମେନ୍ ଘାସିନାଥ, ସଦସ୍ୟ- ଭୋଳାନାଥ ମଣ୍ଡଳ, ଖେଲାରାମ ମୁର୍ମୁ, ବିରସିଂ ବାସ୍କେ, ନଳିନ୍ଦ୍ର କୁମାର ମହାନ୍ତ, ଝାନ ବାସ୍କେ ସକ୍ରିୟ ସହଯୋଗ କରିଥିଲେ।ବନବିଭାଗ ରାଇରଙ୍ଗୁର ଚାରା ବୃକ୍ଷ ଯୋଗାଇ ଥିବାରୁ ଏବଂ ଗ୍ରାମବାସୀଙ୍କ ସହଯୋଗ ପାଇଁ ଭାଗବତ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

Sunil Chandra Nayak

୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର

masiha

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

Leave a Comment

error: Content is protected !!