ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୭ତମ ସାଧାରଣତନ୍ତ୍ର ଦିବସ -୨୦୨୬ ଉତ୍ସବ ପାଳିତ 

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୭ତମ ସାଧାରଣତନ୍ତ୍ର ଦିବସ -୨୦୨୬ ଉତ୍ସବ ପାଳିତ 

ଢେଙ୍କାନାଳ: ତା.୨୬.୦୧.୨୦୨୬ରିଖ ( ରବିବାର) : ( ମ ନି ସ) ପ୍ରାତଃ ଘ.୦୭.୩୦ ମିନିଟ୍ ସମୟରେ ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୭ତମ ସାଧାରଣତନ୍ତ୍ର ଦିବସ -୨୦୨୬ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଲେଇଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ତଥା ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା ଡ଼ା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ଛାତ୍ରୀ,ଛାତ୍ର,କର୍ମଚାରୀ ବୃନ୍ଦ,ମାତାପିତା,ଅଭିଭାବିକା,ଅଭିଭାବକବୃନ୍ଦଙ୍କ ଗହଣରେ ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଚାରି ଗୋଟି ଦଳର ଅଭିବାଦନ ଗ୍ରହଣ କରିଥିଲେ।ଅନ୍ୟତମ ସମ୍ମାନୀୟ ବିଶିଷ୍ଟ ଅତିଥି ଡା.ଦେବୀ ପ୍ରସାଦ ମିଶ୍ର ଓ ସୁନିତାବାଳା ଷଡ଼ଙ୍ଗୀ ମୁଖ୍ୟଅତିଥି ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ସର୍ବବୃହତ୍ ସମ୍ବିଧାନରେ ପ୍ରଦତ୍ତ ସ୍ୱାଧିନତା ସ୍ବେଚ୍ଛାଚାରିତା ନୁହେଁ ଓ ଭାରତର କଷ୍ଟଲବ୍ଧ ସ୍ୱାଧିନତା ପାଇଁ ଯେଉଁ ସେନାବାହିନୀ ସଦା ସଜାଗ ହୋଇ ଜାଗ୍ରତ ପ୍ରହରୀ ସାଜିଛନ୍ତି,ଯେଉଁ କୃଷକ ବନ୍ଧୁମାନେ ଆମକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିଛନ୍ତି, ଯେଉଁମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ଏହି କଷ୍ଟଲବ୍ଧ ସ୍ୱାଧୀନତା ଓ ସମ୍ବିଧାନକୁ ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ମୁଖ୍ଯଅତିଥି ସ୍ଵୀୟ ଅଭିଭାଷଣକୁ ସୁବିସ୍ତୃତ ଭାବରେ ପ୍ରଦାନ ନକରି ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ ଓ ତାଙ୍କ ପରିବର୍ତ୍ତେ ଷଷ୍ଠ ଶ୍ରେଣୀର ଛାତ୍ରୀ ଶ୍ରେୟାଂଶୀ ସାମଲଙ୍କୁ ଏଥିପାଇଁ ଏକ ସୁଯୋଗ ପ୍ରଦାନ କରିଥିଲେ।ଛାତ୍ରୀ ଶ୍ରେୟାଂଶୀ ସାମଲ ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବବୃହତ ସମ୍ବିଧାନକୁ ସମ୍ମାନ ଜଣାଇବା ଓ ଦେଶର କୃଷି,ଶିକ୍ଷା,ସ୍ୱାସ୍ଥ୍ୟ,ଶିଳ୍ପ,ଗମନାଗମନ,ଯୋଗାଯୋଗ,ବିଜ୍ଞାନ, ବୈଷୟିକ ବିଜ୍ଞାନ,ମହାକାଶ ଅଭିଯାନ ଆଦି ସମସ୍ତ କ୍ଷେତ୍ରରେ ଭାରତର ସାମଗ୍ରିକ ସଫଳ ରୂପାୟନ କରିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ। ବିଦ୍ୟାଳୟସ୍ତରୀୟ ଏହି ପ୍ୟାରେଡ୍ ରେ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳିକା ବିଭାଗ ପ୍ରଥମ ସ୍ଥାନ, ସ୍ଥଳବାହିନୀ ବାଳକ ବିଭାଗ ଦ୍ୱିତୀୟ ସ୍ଥାନ,ଆକାଶ ବାହିନୀ ବାଳକ ବିଭାଗ ଓ ନୌ -ବାହିନୀ ବାଳକ ଓ ବାଳିକା ବିଭାଗ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହିପରି ଚାରି ଗୋଟି ଦଳ ଏହି ବିଦ୍ୟାଳୟସ୍ତରୀୟ ବର୍ଣ୍ଣାଢ଼୍ୟ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ମେମେଣ୍ଟୋ ଗ୍ରହଣ କରିଥଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ, ବିରଞ୍ଚି ନାଏକ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ ଆଜିର ବିଚାରକ କିଶୋର ଚନ୍ଦ୍ର ସାମଲ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀ,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ନଳିନୀ ବେହେରା,ସମର ଶିକ୍ଷାର୍ଥୀ ନୌ -ବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ କିରଣମୟୀ ମହାଳିକ, ସମର ଶିକ୍ଷାର୍ଥୀ ଆକାଶ ବାହିନୀ ବାଳକ ବିଭାଗର ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ତଥା ବ୍ୟାଣ୍ଡ ଦଳ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,ଜ୍ୟୋତି ରଞ୍ଜନ ନାୟକ, ରାକେଶ କୁମାର ସାହୁ,ଶୁଭ ସୁନ୍ଦର ବେହେରା,ଅପରାଜିତା ସାମଲ,ସୁଚିସ୍ମିତା ମହାନ୍ତି,ସ୍ବପ୍ନାମୟୀ ପଣ୍ଡା,ସ୍ମିତା ପଟ୍ଟନାୟକ, ଅନିତା ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ଏକମାତ୍ର ବରିଷ୍ଠ କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ବର୍ଣ୍ଣାଢ଼୍ୟ ସାଧାରଣତନ୍ତ୍ର ଦିବସ -୨୦୨୬ ପାଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।ପ୍ରକାଶଥାଉକି ଏହି ସମସ୍ତ ସମର ଶିକ୍ଷାର୍ଥୀ ବାହିନୀ ୪ ଗୋଟି ଦଳ ୭୭ତମ ଜିଲ୍ଲାସ୍ତରୀୟ ବର୍ଣ୍ଣାଢ଼୍ୟ ସାଧାରଣତନ୍ତ୍ର ଦିବସ -୨୦୨୬ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସଫଳ ପ୍ୟାରେଡ୍ ପ୍ରଦର୍ଶନ କରି ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ନଳିନୀ ବେହେରାଙ୍କ ମାର୍ଗଦର୍ଶନରେ ପ୍ରଥମ ସ୍ଥାନ ହାସଲ କରି ମୁଖ୍ୟମନ୍ତ୍ରୀଙ୍କ ରନିଂ ସିଲ୍ ଡ ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିପାରିଛନ୍ତି। ପରିଶେଷରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ୭୭ତମ ବର୍ଣ୍ଣାଢ଼୍ୟ ସାଧାରଣ ତନ୍ତ୍ର ଦିବସ -୨୦୨୬ ଉତ୍ସବ ପାଳନ ଅବସରରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ର ଗୃହରକ୍ଷୀ ମଧୁସୂଦନ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନୀତ

masiha

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଓ ସଚେତନତା

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଉଳ ବଣ୍ଟନରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହେଉଛି : କିନ୍ତୁ କାର୍ଯ୍ୟାନୁଷ୍ଠାନ ଦେଖାଯାଉନାହିଁ

Sunil Chandra Nayak

Leave a Comment

error: Content is protected !!