ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼ 

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼ 

ନବରଙ୍ଗପୁର:( ତା ୫.୪.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସକାଳ ୬.୦୦ ଘ ସମୟରେ ନବରଙ୍ଗପୁର ସହର ସ୍ଥିତ ସଦାଶିବ ତ୍ରୀପାଠୀ ପାର୍କ ନିକଟରୁ ଏକ ଗଣ ଦୌଡ଼ ର ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଦେଖାଇ ଗଣ ଦୌଡ଼ ର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍ ବର୍ମନ୍, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦର ୱାନ,ପୌରପାଲିକା ଅଧ୍ୟକ୍ଷ କୁନୁ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଆର୍ ସି ଡି, ଏକ୍ସ୍ ବୋର୍ଡ, ମ୍ୟୁନିସିପାଲଟି ବିଦ୍ୟାଳୟ ର ଛାତ୍ର, ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଜନସାଧାରଣ ଙ୍କ ମଧ୍ୟରେ ଐତିହ ଓ ସଂସ୍କୃତି ପ୍ରତି ଗର୍ବ ସୃଷ୍ଟି କରିବା,ସାଂସ୍କୃତିକ ବିବିଧତାକୁ ପାଳନ କରିବା,ମାନସିକ ସୁସ୍ଥତା କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଗଣ ଦୌଡ଼ ର ଆୟୋଜନ କରାଯାଇଥିଲା।ଏହି ଗଣ ଦୌଡ଼ ପୋଲିସ ପଡିଆ ପର୍ଯ୍ୟନ୍ତ ଯାଇଥିଲା।ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଗଣ ଦୌଡ଼ ଆୟୋଜନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ସେକ୍ଟର-୨ ଲକ୍ଷ୍ମୀ ମଣ୍ଡପରେ ମହାସମାରୋହରେ ପାଳନ ହେଲା ହିନ୍ଦୁ ନବବର୍ଷ-୨୦୨୫

masiha

ଡାବୁଗାଁରେ ଜାତୀୟ ଭୋଟର ଦିବସ ପାଳିତ 

masiha

୧୫ଫୁଟ ମାଟି ପୋତି ହେଲାଣି ପୁରାତନ ଭତ୍ରାଡ୍ୟାମ ୭୫ ବର୍ଷ ପରେ ମଧ୍ୟ ହୋଇ ପାରିନି ପୁନରୁଦ୍ଧାର

Sunil Chandra Nayak

Leave a Comment

error: Content is protected !!