ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ: ସହୀଦ ମାନ୍ୟତା ଦାବୀ 

ମ.ରାମପୁର,୦୫/୦୨(ମସୀହା): ଗତବର୍ଷ ଫେବୃଆରୀ ମାସ ୫ ତାରିଖ ଦିନ ମାଓବାଦୀଙ୍କ ଦ୍ୱାରା ଖଂଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପରିବାର ତରଫରୁ ପାଳନ ହୋଇଛି l ଏହି ଦୁଃଖଦ ଘଟଣା ଘଟି ବର୍ଷେ ବିତି ଯାଇଥିଲେ ମଧ୍ୟ ରୋହିତଙ୍କ ସ୍ମୃତି ତାଜା ହୋଇ ପଡ଼ୁଚ୍ଛି l ଆଜି ବି ତାଙ୍କୁ ବିଧବା ସ୍ତ୍ରୀ, ନାବାଳକ ପୁଅଝିଅ ବିଧବା ମା ତଥା ଅନ୍ୟାନ୍ୟ ବନ୍ଧୁ ପରିଜନ, ସାଙ୍ଗ ସାଥି ସର୍ବୋପରି ମୋହନଗିରି ମାଟି ଝୁୁରୁଛି । ସେତିକିବେଳେ ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର ଚାଲିଥିବାବେଳେ ଏହି ନିର୍ବାଚନକୁ ବର୍ଜନ ଦାବୀରେ ଲାଲବାହିନୀ ବିଭିନ୍ନ ପୋଷ୍ଟର ଓ ବ୍ୟାନର କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଡ଼ମ୍ବକର୍ଲାଖୁଂଟାର ଦୁଲେନ ଛକ ନିକଟ ରାସ୍ତା ପାର୍ଶ୍ଵ ଗଛରେ ଲଗାଇଥିଲେ l ଏହି ଖବର ସଂଗ୍ରହ କରିବାକୁ ସେଦିନ ଦିବା ପ୍ରାୟ ୧୧ ଘଂଟା ସମୟରେ ରୋହିତ ଯାଇଥିଲେ ଏବଂ ଲାଲବାହିନୀଙ୍କ ଦ୍ୱାରା ଖଂଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ମୃତ୍ୟୁ ବରଣ କରିଥିଲେ । ଏଇ ଦୁଃଖଦ ଘଟଣା ପରେ ସରକାରଙ୍କ ତରଫରୁ ୧୩ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ବିଭିନ୍ନ ସ୍ତରରେ ମରଣୋତ୍ତର ସମ୍ମାନ ମଧ୍ୟ ମିଳିଛି l ଗତ ୨୬ ଜାନୁୟାରୀ ଦିନ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳନର ଜିଲ୍ଲାସ୍ତରୀୟ ପ୍ୟାରେଡ଼ ଉତ୍ସବରେ କଳାହାଣ୍ଡି ଜିଲ୍ଲାପାଳଙ୍କ ତରଫରୁ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାଶଙ୍କ ଦ୍ୱାରା ତାଙ୍କ ବିଧବା ପତ୍ନୀ ମାଧବୀ ବିଶ୍ୱାଳ ମରଣୋତ୍ତର ସମ୍ମାନ ଗ୍ରହଣ କରିଛନ୍ତି । ଆଜି ବି ଓଡ଼ିଶା ସାମ୍ବାଦିକ ସଂଘ ତାଙ୍କ ସ୍ମୃତି ଚାରଣ କରି ତାଙ୍କ ସ୍ତ୍ରୀଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରିଛନ୍ତି l ଆଜି ବି ମୋହନଗିରୀ ମାଟି ରୋହିତ ବିଶ୍ୱାଳଙ୍କୁ ଝୁରି ହେଉଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ ସମ୍ମାନ ପ୍ରଦାନ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ l ସମୟ ଚାରି ଘଣ୍ଟା l

masiha

କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

masiha

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!