ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

ଏପ୍ରିଲ ପ୍ରଥମ ସପ୍ତାହରେ ଲଡୁଗାଁ ଠାରେ ଦକ୍ଷିଣି ଶୌଣ୍ଢିକ ମହାସଂଘର ମହାସଭା ସମ୍ପର୍କରେ ଆଲୋଚନା….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଦକ୍ଷିଣି ଶୌଣ୍ଢିକ ମହାସଂଘର ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ଏକ ବୈଠକ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ଶ୍ରୀ ବିଦ୍ୟାଧର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଜୁନାଗଡ ଓ ଧର୍ମଗଡ ବ୍ଲକ ଆଞ୍ଚଳିକ କମିଟିର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ସମାଜ ସମ୍ପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।

ଆଗାମୀ ଏପ୍ରିଲ ୮,୯ ଓ,୧୦ ତାରିଖରେ କୋକସରା ବ୍ଲକ ଲଡୁଗାଁ ଠାରେ ସମାଜର ମହାସଭା ଅନୁଷ୍ଠିତ ହେଉଥିବା ଦୃଷ୍ଟିରୁ ବିଭିନ୍ନ ପ୍ରସ୍ତାବ ମାନ ଦିଆଯାଇ ଏହା ଉପରେ ଆଲୋଚନା ହୋଇଥିଲା। ଏନେଇ ଶୌଣ୍ଢିକ ମହାସଂଘର ମହାସଭାର ବାର୍ତା ସମାଜର ପ୍ରତ୍ୟେକ ସଭ୍ୟଙ୍କ ନିକଟରେ ପହଞ୍ଚାଇବା ଆଭିମୁଖ୍ୟ ନେଇ ଏକ ସଦୃଶ୍ୟ ରଥ ସାମାଜିକ ସନ୍ଦେଶ ନେଇ ଜିଲ୍ଲାର ସମସ୍ତ ଅଞ୍ଚଳ ପରିକ୍ରମା କରିବ ଓ ଏହି ରଥକୁ ଧର୍ମଗଡ ଓ ଜୁନାଗଡ ଆଞ୍ଚଳିକ କମିଟି ପକ୍ଷରୁ ଭବ୍ୟ ସ୍ବାଗତ କରିବା ପାଇଁ ସ୍ଥିର ହୋଇଥିଲା। ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟି ଅଞ୍ଚଳରେ ସଭ୍ୟ ସଂଗ୍ରହ ଓ ସାମାଜିକ ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସଙ୍ଘର ଉପସଭାପତିଙ୍କ ଯଦୁମଣି ସାହୁଙ୍କ ଦେହାନ୍ତ ହୋଇଯାଇଥିବାରୁ କରୁଣାକର ସାହୁଙ୍କୁ ସର୍ବସମ୍ମତି କ୍ରମେ ନୂତନ ଉପ ସଭାପତି ଭାବେ ମନୋନୀତ କରାଯାଇଥିଲା।

ଏହି ବୈଠକରେ ସମାଜର ବରିଷ୍ଠ ସଭ୍ୟ ଶ୍ରୀ ବାସୁଦେବ ସାହୁ, ଗୌରୀ ଶଙ୍କର ସାହୁ, ଭୁବନେଶ୍ୱର ସାହୁ, ହରିହର ସାହୁ, ସିଦ୍ଧେଶ୍ୱର ସାହୁ,ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଥବିର ପ୍ରାସାଦ ସାହୁ, ଧର୍ମଗଡ ଜୁନାଗଡ଼ ବ୍ଲକ ସଂପାଦକ ମନୋଜ କୁମାର ସାହୁ, ସହ ସମ୍ପାଦକ ଲକ୍ଷ ସେନାପତି, କୋଷାଧ୍ୟକ୍ଷ ଶ୍ରୀନିବାସ ସାହୁ, ଗଙ୍ଗାଧର ସାହୁ, ଚିତ୍ରସେନ ସାହୁ, ଚନ୍ଦ୍ରଧ୍ୱଜ ସାହୁ, ପ୍ରଦୀପ କୁମାର ସାହୁ, ଅଜିତ କୁମାର ସାହୁ, ଶରତ କୁମାର ସାହୁ, ସିଦ୍ଧେଶ୍ୱର ସାହୁ, ଇନ୍ଦ୍ରମଣି ସାହୁ, ଶରତ ଚନ୍ଦ୍ର ସାହୁ, ସରୋଜ କୁମାର ସାହୁ,କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ମନୋଜ କୁମାର ସାହୁ ସାହୁ ସ୍ବାଗତ ଭାଷଣ ଓ ସଭାକାର୍ଯ୍ୟ ପରିଚାଳନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଭାଟପଡା ରେ ଶାଶୁ ବୋହୂ ସମିଳନୀ

masiha

ରାସ୍ତା ନିର୍ମାଣ କାର୍ଯ୍ୟ ସମୀକ୍ଷା , ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ 

Sunil Chandra Nayak

ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଫସଲ ନଷ୍ଟ କୁ ନେଇ ଥାନାରେ ଏତଲା

masiha

Leave a Comment

error: Content is protected !!