ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ପ୍ରଥମ ଓ ଦ୍ବିତୀୟ ଦିବସ 

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ପ୍ରଥମ ଓ ଦ୍ବିତୀୟ ଦିବସ 

ନବରଙ୍ଗପୁର:(୧୨/୧୨/୨୦୨୪)ସ୍ଥାନୀୟ ପୋଲିସ ପଡିଆ ଠାରେ ଆଜି କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ନବରଙ୍ଗପୁର ପକ୍ଷରୁ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଯୋଗ ଦେଇ ମେଳାର ଉଦ୍ଘାଟନ କରିଥିଲେ। ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି.ଭି. ରମଣ, ଏଡିଏଓ(ପାପଡାହାଣ୍ଡି) ବିଶ୍ୱଜିତ ସାହୁ, ଏଡିଏଓ (ନବରଙ୍ଗପୁର) ଅନୀଲ ପ୍ରହରାଜ, ସହକାରି ଯନ୍ତ୍ରୀ ଗୌରହରି ସାହୁ ମଞ୍ଚାସିନ ଥିଲେ।ସଭାରେ ଯୋଜନା ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ , ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି , ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ମହିଳା ଓ ପୁରୁଷ ଚାଷୀଙ୍କୁ ଅନୁମୋଦିତ ମୁଗ ଓ ବୁଟ ବିହନ ବଣ୍ଟନ କରାଯାଇଥିଲା। ୩ ଜଣ ଚାଷୀଙ୍କୁ ରିହାତି ଦରରେ ଟ୍ରାକ୍ଟର ପ୍ରଦାନ କରାଯାଇଥିଲା। ବିଭିନ୍ନ ଓୟୁଏଟି କଲେଜର ଗୁଣପୁର,ଭବାନୀପାଟଣା, ସୋଆ ଏବଂ ଭୁବନେଶ୍ବର ରୁ ୩୦ ଜଣ ଛାତ୍ର ଛାତ୍ରୀ ଆସି ୩ ମାସ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗାଁ ବୁଲି ଚାଷୀ ମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ସମ୍ପର୍କରେ ବୁଝାଇଥିଲେ ଓ ସେମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ମେଳାରେ ୫୪ଟି ଷ୍ଟଲ ସ୍ଥାପନ କରାଯାଇଥିଲା ସେଥିମଧ୍ୟରୁ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଜଳ ବିଭାଜିକା, ମିଲଟ ମିଶନର ୧୯ଟି ଷ୍ଟଲ ରହିଥିଲା ଏବଂ ୩୬ଟି ବ୍ୟବସାୟିକ କୃଷି ଯନ୍ତ୍ରପାତି , ଟ୍ରାକ୍ଟର ଷ୍ଟଲ ରହିଥିଲା। ଉକ୍ତ ମେଳାରେ ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀ ଙ୍କ କୃଷି କାର୍ଯ୍ୟ ନିମନ୍ତେ ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ। ଏଥି ପାଇଁ ଉକ୍ତ ମେଳାରେ କୃଷି ଯନ୍ତ୍ରପାତି ଉତ୍ପାଦନ କାରୀ, ବିତରକ, ଋଣ ପ୍ରଦାନକାରି ସଂସ୍ଥା ଓ ବିଭାଗୀୟ କର୍ମଚାରୀଙ୍କ ସମନ୍ଵୟରେ ଚାଷୀ ମାନଙ୍କୁ ଯନ୍ତ୍ରପାତିର ଆବଶ୍ୟକତା ଓ ଵ୍ୟଵହାର, ରକ୍ଷଣା ବେକ୍ଷଣ, ସରକାରୀ ରିହାତି ସମ୍ପର୍କରେ ତାଲିମ ଦେଇ ସଚେତନ କରାଯିବ। ଏହି ଅବସରରେ କୃଷି ଯନ୍ତ୍ରପାତି ର ବ୍ୟବହାର ଓ ରିହାତି ଉପରେ ଏକ ସଚେତନତା ଶୋଭାଯାତ୍ରା ଚାଉଁରିଆଗୁଡା ଠାରୁ ପୋଲିସ ପଡିଆ ପର୍ଯ୍ୟନ୍ତ ଅନେକ ସୁସଜ୍ଜିତ ଟ୍ରାକ୍ଟର ଓ ଚାଷୀ ଭାଇ ଭଉଣୀ ଙ୍କ ଗ୍ରହଣରେ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଦ୍ୱିତୀୟ ଦିବସ 

ନବରଙ୍ଗପୁର:( ତା ୧୨.୧୨.୨୦୨୪)(ରବି ନାରାୟଣ ମହାନ୍ତି) ପୋଲିସ ପଡିଆ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝୀ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ରାଧେଶ୍ୟମ ଲାଇକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି ଭେଙ୍କଟ ରମଣ ରାଓ ମଞ୍ଚରେ ଆସନ ଗ୍ରହଣ କରିଥିଲେ। ସଭାରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲାରେ କିପରି ଚାଷକୁ ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ତଥା କିପରି ନୂତନ କୃଷି ଯନ୍ତ୍ରପାତିର ବ୍ୟବହାର କରି ଚାଷୀମାନେ ଆହୁରି ଅଧିକ ଲାଭବାନ ହେବେ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୧୦ଜଣ ଚାଷୀଙ୍କୁ ମକା ବିହନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା, ରାଇସ ଫାଲୋ ମ୍ୟାନେଜମେଣ୍ଟ ଯୋଜନାରେ ୧୦ ଜଣ ଚାଷୀଙ୍କୁ ଚଣା ବିହନ ଦିଆଗଲା ଏବଂ ୨୦ଜଣ ଚାଷୀଙ୍କୁ ମଧ୍ୟ ମୁଗ ବିହନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ୩ ଜଣ ଚାଷୀ ଝରିଗାଁ ବ୍ଲକ୍ ର ଡଙ୍ଗରିଗୁଡ଼ା ଗ୍ରାମର ଲାଈଖନ ଗଉଡ, ଚନ୍ଦାହାଣ୍ଡି ବ୍ଲକର ରା ଜକୋଟ ଗ୍ରାମର ନରେନ୍ଦ୍ର ମାଝୀ, ଡ଼ାବୁଗାଁ ବ୍ଲକର ଗୁରୁନାଥ ଭତ୍ରା ଙ୍କୁ ଟ୍ରାକ୍ଟର ପ୍ରଦାନ କରିଥିଲେ। ଏହାପରେ ଚାଷୀ ମାନଙ୍କ ପାଇଁ ତାଲିମ ପାଠଶାଳ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ l

Related posts

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

Sunil Chandra Nayak

ବନ୍ଧୁଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

ରାହାମାସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!