ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୩୭ ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ

୩୭ ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ

ଢେଙ୍କାନାଳ: ମୀନା ବଜାର କୁମ୍ଭାର ସାହି ରେ ୧୯୮୭ ମସିହାରୁ ଆରମ୍ଭ ହୋଇ ଆଜି ୩୭ ତମ କୁରାଳ ପଞ୍ଚମୀ ପୂଜା ବର୍ଷ ପାଳିତ ହୋଇଯାଇଛି। ଲକ୍ଷ୍ମୀ ନାରାୟଣ ହେଉଛନ୍ତି ଇଷ୍ଟ ଦେବତା କୁମ୍ଭାର ମାନଙ୍କର । ଆଜି କଳସ ଯାତ୍ରା, ଅଧିବାସ ପୂଜା,ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଥିଲା।ଏ ବର୍ଷ ରୌପ୍ୟ ଅଳଙ୍କାର ଲାଗି କରାଯାଇଥିଲା। ପୂଜା ର ଆଜି ୧୨ ତାରିଖ ସପ୍ତମ ଦିନରେ ରେ ଆଜି ଅନ୍ନ ପ୍ରସାଦ ଲାଗି ହୋଇଥିଲା। ଅନ୍ନ, ଡ଼ାଲି, ଶାଗ, ଆମ୍ବୁଲ ଖଟା, ତରକାରୀ ,କ୍ଷୀରୀ ପ୍ରସାଦ ଆକାର ରେ ୨୦୦୦ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରିଥିଲେ।ପୂଜକ କାଳନ୍ଦୀ, କର୍ତ୍ତା ସତ୍ୟାନନ୍ଦ ବେହେରା, ସଭାପତି ଉଦୟ ନାଥ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା ଓ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରେ ଏହି ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ସାତ ଦିନ ଧରି ଚାଲିବ ଏହି ପୂଜା। ଆଜି ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଓ ମିଳିତ ବଜାର ସଭାପତି ରାମ ଚନ୍ଦ୍ର ପାତ୍ର ଆଜି ମଣ୍ଡପ ପରିଦର୍ଶନ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଓଁ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: ବ୍ରହ୍ମପୁରର ଭଜନ ସନ୍ଧ୍ୟାରେ ଝୁମିଲେ ଭକ୍ତ ଓ ଦର୍ଶକ 

Sunil Chandra Nayak

ବିଶ୍ବଶାନ୍ତି ଯଜ୍ଞ ଓ ଅଷ୍ଟପହରୀ ନାମଯଜ୍ଞ

Sunil Chandra Nayak

Leave a Comment

error: Content is protected !!