ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପ୍ରଭୁ ବାବା ନାଗନାଥେଶ୍ୱର 

ପ୍ରଭୁ ବାବା ନାଗନାଥେଶ୍ୱର 

ଢେଙ୍କାନାଳ – ପୂଣ୍ୟତୋୟା ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଶ୍ରୀନାଗନାଥେଶ୍ଵରଙ୍କ ପୀଠ ।ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ଓ ବଣସିଂହ ପଞ୍ଚାୟତ ଅଧୀନ ବଡ଼ନାଗେନା ସ୍ଥିତ ବାବା ଶ୍ରୀଶ୍ରୀ ନାଗନାଥେଶ୍ଵରଙ୍କ ପୀଠ ଅବସ୍ଥିତ । ଢେଙ୍କାନାଳ ସଦର ମହକୁମାଠାରୁ ୨୦ କିମି ଓ ଯୋରନ୍ଦାଠାରୁ ମାତ୍ର ୧୫ କି.ମି.ଦୂରରରେ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରଭୁ ବାବା ନାଗନାଥେଶ୍ଵରଙ୍କ ପୀଠ । ଏହି ପୀଠର ଅନନ୍ଯ କିମ୍ବଦନ୍ତୀ ରହିଛି। ସୁନ୍ଦର ପରିବେଶ କେଶରୀ ରାଜବଂଶଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ପୀଠଟି ଓଡ଼ିଶାର ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଅନ୍ୟତମ ବୋଲି ମାଦଳା ପାଞ୍ଜିରେ ସ୍ଥାନ ପାଇଛି। ପ୍ରଭୁ ବାବା ଶ୍ରୀନାଗନାଥଙ୍କ ପୀଠ ନିକଟରେ ବ୍ରାହ୍ମଣୀ ନ‌ଦୀ ଉତ୍ତର ଦିଗକୁ ବୋହିଯାଇଥିବାରୁ ଏହାକୁ ଉତ୍ତରବାହିନୀ ଗଙ୍ଗା ବୋଲି ବିବେଚନା କରାଯାଏ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କାର୍ତ୍ତିକ,ମାଘ ଏବଂ ବୈଶାଖ ମାସରେ ଏଠାରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଥାନ୍ତି। ମହାଶିବରାତ୍ରୀ,କାର୍ତ୍ତିକ ସୋମବାର,କାର୍ତ୍ତିକ ପୂର୍ଣ୍ଣିମାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହୋଇଥାଏ। ଏଥିସହ ଗତ କିଛିବର୍ଷ ଧରି ଏଠାରେ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ଅନୁଷ୍ଠିତ ହେଉଛି। ବହୁ ମନ୍ତ୍ରୀ,ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଉଛନ୍ତି। ଏହି ପୀଠର ମହାତ୍ମ୍ୟ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି। ଢେଙ୍କାନାଳ- ବଣସିଂହ ମୁଖ୍ୟରାସ୍ତାର ବରହତାଠାରୁ ନାଗେନା ପୀଠକୁ ୫ କିଲୋମିଟ ରାସ୍ତା ଯାଇଛି। ବଣସିଂହ ଭାଟକାଟେଣୀ,ବରହତା,ବଡ଼ ନାଗେନା,ସାନନାଗେନା ,ସୁନ୍ଦରପଡା,ଟଭାପାଳ ଶ୍ରଦ୍ଧାଳୁଭକ୍ତମାନେ ଏହି ପ୍ରସିଦ୍ଧ ଶୈବପୀଠ ଶ୍ରୀ ନାଗନାଥେଶ୍ଵରଙ୍କ ପୀଠକୁ ଦୈନିକ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ଭିଡ ଲାଗିଥାଏ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନୂଆ ଆଳତୁମା ଗ୍ରାମରେ ଦୋଳ ଯାତ୍ରା 

Sunil Chandra Nayak

ଅଗ୍ନିଗଙ୍ଗାମାଙ୍କ ଦୁଇ ମନ୍ଦିର ହୁଣ୍ଡିରୁ ବାହାରିଲା ୨୧,୫୯,୭୭୭ ଟଙ୍କା

Sunil Chandra Nayak

ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି

Leave a Comment

error: Content is protected !!