ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେଲିଫିଲ୍ମ ‘ସେଁର୍‌ରା’ର ଶୁଭ ମହୁରତ

ଭବାନୀପାଟଣା, ୨୬।୯: ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଟେଲିଫିଲ୍ମ ‘ସେଁର୍‌ରା’ର ଶୁଭ ମହୁରତ ଭବାନୀପାଟଣା ସହର ଉପକଣ୍ଠସ୍ଥ ଭଙ୍ଗାବାରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ଫିଲ୍ମର ନିର୍ଦ୍ଦେଶକ ସୌରଭ ମହାପାତ୍ର ଏହାର ମହୁରତ କରିଥିବା ବେଳେ ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର ଧଙ୍ଗଡ଼ାମାଝୀ, ଫିଲ୍ମର ପଟ୍ଟକଥା ଲେଖକ ଡିଲେଶ୍ୱର ରଣା, ସମାଜସେବୀ କେଦାର ରଣା, ଦେବାର୍ଚ୍ଚନ ରଣା, ଶିବ ରଣା, ଐବଲ୍ୟ ରଣାଙ୍କ ସମେତ କଳାକାରମାନେ ଉପସ୍ଥିତ ଥିଲେ। ଦୂରଦର୍ଶନ ଭବାନୀପାଟଣା ପ୍ରଯୋଜିତ ଉକ୍ତ ଫିଲ୍ମରେ କ୍ୟାମେରା ଦାୟିତ୍ୱରେ ପବିତ୍ର ଖୋସଲା ଓ ସମ୍ପାଦନା ଦାୟିତ୍ବରେ ଅମିୟ ଭୋଇ ଥିବାବେଳେ ନିର୍ମଳ ପାତ୍ର ଓ ପିନାକୀ ଦାଶ ସହାୟତା କରୁଛନ୍ତି। ଏଥିରେ ଅଭିନେତା ତ୍ରିମୋହନ ସାହୁ, ଅଜିତ ନାୟକ, ଆଲୋକ ସାହୁ, ସୌମ୍ୟରଂଜନ ଜେନା, ଧନଞ୍ଜୟ ସାହୁ, ଡିଲେଶ୍ୱର ରଣା, ରାମେଶ୍ୱର ତ୍ରିପାଠୀ, ସଞ୍ଜୟ ଧଙ୍ଗଡ଼ାମାଝୀ, ଶୁଭମ ବେହେରା, ସୁଧୀର ଧଙ୍ଗଡ଼ାମାଝୀ, ସ୍ୱାଧୀନ ପାତ୍ର, ତ୍ରିନାଥ ଶ୍ୟାମ କୁମାର, ଅଭିନେତ୍ରୀ ଦୀପ୍ତିମୟୀ ସିଂ, ପ୍ରଜ୍ଞା ପରିମିତା ନାୟକ, ମାନସୀପ୍ରଭା ନାୟକ, ଶିଶୁ କଳାକାର ଖୁସି, ସୂର୍ୟ୍ଯାଂଶ, ପିକୁ ପ୍ରମୁଖ ଅଭିନୟ କରୁଛନ୍ତି। ଅଳ୍ପଦିନ ମଧ୍ୟରେ ଏହା ଦୂରଦର୍ଶନରେ ପ୍ରସାରିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ !!!

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ନୂଆପଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ : ଉତ୍କଳମଣିଙ୍କ ଆଦର୍ଶର ଅନୁସରଣ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି — ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!