ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଁ ଖାଇ ଭେଟଘାଟ ନାଚଗୀତରେ ଦୁଲକିଲା ନୃତ୍ୟ ମଣ୍ଡପ

ନୂଆଁ ଖାଇ ଭେଟଘାଟ ନାଚଗୀତରେ ଦୁଲକିଲା ନୃତ୍ୟ ମଣ୍ଡପ 

ବୌଦ୍ଧ -26/ 09- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ନୂଆଁ ଖାଇ ଭେଟ ଘାଟ ଏକ ନିଆରା ପରମ୍ପରା ରହିଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଂଚାୟତ ଅନ୍ତର୍ଗତ ମହୁଲ ବାହାଳି ଗ୍ରାମରେ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ ଗ୍ରାମର ମାଁ କଙ୍କାଳୀ ଗଣେଶ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ସଭାପତି ହେମନ୍ତ ମହକୁଡଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଆଶିଷ କୁମାର ସାହୁ ,ସମ୍ମାନିତ ଅତିଥି ସାମ୍ବାଦିକ ବଦ୍ୟ ହୋତା,ଅବସରପ୍ରାପ୍ତ ଶିକ୍ଷୟତ୍ରୀ କଲ୍ୟାଣୀ ବିଶ୍ବାଳ, ଓଡ଼ିଶା ଡ୍ରାଇଭର ମହାସଂଘ କଣ୍ଟାମାଳ ସଭାପତି ଅଞ୍ଜନ କୁମାର ପଟ୍ଟନାୟକ,ସାମ୍ବାଦିକ ଅକୁର ବେହେରା ,ସାମ୍ବାଦିକ ଅବୁ ଖାନ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ମଞ୍ଚ ପରିଚାଳନା,ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଶାନ୍ତ କୁମାର ପ୍ରଧାନ। ନୂଆଁ ଖାଇ ର ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଗ୍ରାମରେ ଭାଇ ଚାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ଅଥିତିଗଣ। ସାନ ମାନେ ବରିଷ୍ଠ ମାନଙ୍କୁ ଜୁହାର ଭେଟ କରିଥିବା ବେଳେ ବଡ ମାନେ ସାନ ମାନଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ।ପରେ ଗ୍ରାମର ଛୋଟ ବଡ଼ ପୁଅ ଝିଅ 25 ଗୋଟି ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ନେପାଲ ବାଘ ,ସରୋଜ ବଗର୍ତ୍ତି,ସଞ୍ଜୀବ ବଗର୍ତ୍ତି,ସୁଗ୍ରୀବ ଭୋଇ, ଅଚୂତା ମହାକୁଡ,ସୁଦାମ ଭୋଇ, ସୂର୍ଯ୍ୟନାରାୟଣ ମହାକୁଡ,ଜଗନ୍ନାଥ ଭୋଇ, ସହଯୋଗ କରିଥିବା ବେଳେ ଦୀର୍ଘ 3 ଘଣ୍ଟା ଧରି ନୃତ୍ୟର ମଜା ନେଇଥିଲେ ଦର୍ଶକ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନ ଶିକ୍ଷା ସଂସ୍ଥାନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାଠାରେ ଏକ ସଫଳ ସ୍ଲୋଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

କାମାକ୍ଷାନଗର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତଦିବସୀୟ ସ୍ଵତନ୍ତ୍ର ଶିବିର

Sunil Chandra Nayak

Leave a Comment

error: Content is protected !!