ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫସିଗଲା ସ୍କୁଲ ଗାଡ଼ି,ଠେଲିଲେ କୁନିକୁନି ଛାତ୍ରଛାତ୍ରୀ

ଫସିଗଲା ସ୍କୁଲ ଗାଡ଼ି,ଠେଲିଲେ କୁନିକୁନି ଛାତ୍ରଛାତ୍ରୀ

ତେନ୍ତୁଳିଖୁଣ୍ଟି , ୨୬/୦୯/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମୂଷାମୁଣ୍ଡିଗୁଡ଼ା ଛକ ଠାରୁ ଭାୟା ଅଞ୍ଚଳଗୁମ୍ମା ଦେଇ କଣ୍ଟାଗାଁକୁ ଯାଉଥିବା ରାସ୍ତାରେ ଗାଡ଼ି ଠେଲିଲେ କୁନିକୁନି କୋମଳମତି ସ୍କୁଲ ଛାତ୍ରଛାତ୍ରୀ । ଏଠାରେ ନୂତନ ଭାବେ ରାସ୍ତା ନିର୍ମାଣ କାମ ଚାଲୁ ରହିଛି ଅନ୍ୟପଟେ ଉମୁରି ନିକଟରେ ଥିବା ଏକ ପୁରୁଣା ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ କାମ ଚାଲୁ ରହିଛି । କିନ୍ତୁ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଭଲ ଡାଇଭର୍ଶନ ନକରି କେବଳ ମାଟି ପକେଇ ଛାଡ଼ି ଦେଇଛନ୍ତି ଏବଂ ନାଳରେ ଏକ ବିଦ୍ୟୁତ ଖୁଣ୍ଟ ଦେଇ ଡାଇଭର୍ଶନ ରାସ୍ତା ତିଆରି କରାଯାଇଛି । ଫଳରେ ଅନେକ ଲୋକଙ୍କ ଦୁର୍ଘଟଣା ବି ଘଟିଲାଣି । ଏପରି ବିପଦପୂର୍ଣ୍ଣ ଯାତ୍ରାକରି ଅନେକ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି ।ଠିକାଦାରଙ୍କ ଏପରି ମନମାନି ପାଇଁ ଏହାର ଦାୟୀ କିଏ ହେବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରାସ୍ତା ଏହି ଅଞ୍ଚଳର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଉଭୟ ପାର୍ଶ୍ବରେ ଅନେକ ସରକାରୀ କାର୍ଯ୍ୟାଳୟ ହସ୍ପିଟାଲ ,ସ୍କୁଲ ,ବ୍ୟାଙ୍କ ରହିଥିବା ବେଳେ ନିତିଦିନିଆ ବ୍ୟବହାର ପାଇଁ ତେଲ ଲୁଣ ମଧ୍ୟ ଲୋକ ଏହି ରାସ୍ତା ଉପରେ ଭରସା କରିଥାନ୍ତି । ରାସ୍ତାକୁ ନେଇ ଏବେ ଅଞ୍ଚଳର ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରାସସରଣ ପରେ ମଧ୍ୟ ଜନପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନ ତତ୍ପରତା ସହ ପଦକ୍ଷେପ ନେଉନଥିବାରୁ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ମନରଞ୍ଜନ ତ୍ରିପାଠୀ ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲିପ ପ୍ରଧାନୀ ମଧ୍ୟ ରାସ୍ତା କାମକୁ ନେଇ ବର୍ଷିବା ସହ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଏପରି ନିମ୍ନ ମାନର କାମ ହେଉଥିବା ଅଭିଯୋଗ କରିଛନ୍ତି । ଯଦି ସମସ୍ୟାର ସମାଧାନ ନହେଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପରଲୋକରେ ଷ୍ଟାମ୍ପ ଭେଣ୍ଡର ଦୈତାରି ପ୍ରସାଦ

masiha

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ବିନା ସୂଚନାଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ ପୌରକେଲା ସବମାଇନର କେନାଲ କାମରେ ରହୁନି ସ୍ୱଚ୍ଛତା  

Sunil Chandra Nayak

Leave a Comment

error: Content is protected !!