ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

ଇସ୍ପାତ ସାହିତ୍ୟ ଖଟିରେ ବିଶ୍ୱ କବିତା ଦିବସ ପାଳିତ

ରାଉରକେଲା -ଇସ୍ପାତ ସହରର ସାହିତ୍ୟ ଖଟିରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଓ ବିଶିଷ୍ଟ ନାଟ୍ୟକାର ଶ୍ରୀ ଆର୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ସହରର ବିଶିଷ୍ଟ କବି ମାନଙ୍କୁ ନେଇ ” ବିଶ୍ୱ କବିତା ଦିବସ ” ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ କବି ଡ଼କ୍ଟର ସୁମନ ଦତ୍ତ ଯୋଗ ଦେଇ ସମାଜ ପାଇଁ ପ୍ରତିବଦ୍ଧତା ଥିବା ଯୋଗପଯୋଗୀ କବିତା ମାନ ଲେଖିବା ପାଇଁ ବିଶ୍ୱ କବିତା ଦିବସ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ l ସହରର ବିଶିଷ୍ଟ କବି ବଳରାମ ରାଉଳ, ପ୍ରଫୁଲ୍ଲ କୁମାର ସାମଲ, ଗୌତମ ଦାସ, ଅକ୍ଷୟ କୁମାର ସାମଲ, ସୁଶାନ୍ତ କୁମାର ନାୟକ, ଆର୍ତତ୍ରାଣ ମହାପାତ୍ର, ଡ଼କ୍ଟର ସୁମନ ଦତ୍ତ, କୁଞ୍ଜ ବିହାରି ରାଉତ ଓ ଅନ୍ୟମାନେ ଯୋଗ ଦେଇ ସ୍ୱରଚିତ ଜୀବନବାଦୀ କବିତା ମାନ ପାଠ କରିଥିଲେ l ଏହି ଅବସରରେ ଶ୍ରୀମତୀ ମମତା ମହାପାତ୍ରଙ୍କ ସମ୍ପାଦନରେ ପ୍ରକାଶିତ ” ଯୁଗଶ୍ରୀ ଯୁଗନାରୀର ” ମହିଳା ବିଶେଷାଙ୍କ ମାସିକ ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଥିଲା

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

Sunil Chandra Nayak

କିଶୋରନଗର ଶିଶୁ ମଙ୍ଗଳ କ୍ଲବ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

masiha

ଉତ୍କଳ ସ୍ନେହୀ ମହିଳା ସମିତିର ବେଦବ୍ୟାସ ଅଗ୍ନି ବାବା ଆଶ୍ରମରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!