ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଟିଏ ଟଙ୍କାର ସରକାରୀ ଅନୁଦାନ ଚଳୁ କରିବା ମହଙ୍ଗା ପଡ଼ିଲା 

ପାହାଡ଼ପଦର ପଂଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ କଳାହାଣ୍ଡି ଜିଲ୍ଲାପାଳ 

ଲାଞ୍ଜିଗଡ଼,୨୭/୧୨(ମନିସ)-ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ବ୍ୟାପକ ପରିମାଣର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ ପ୍ରମାଣିତ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଆଜି ତାଙ୍କ ବିରୋଧରେ ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୪୩ ଆଜିର ତାରିଖ ଅନୁଯାୟୀ, ଶ୍ରୀ ସାଗରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ସରପଂଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ସେ ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସରପଂଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ ଏବିଡିଓ ବିଭୁତିଭୂଷଣ ଶତପଥି, ଜିପିଇଓ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ହୋଇସାରିଛି । ଏହି ରିପୋର୍ଟ ଆଧାରରେ ଶ୍ରୀ ସାଗରଙ୍କୁ ନିଲମ୍ବନ କରାଯାଇଥିବାବେଳେ କେବଳ ଲାଞ୍ଜିଗଡ ବ୍ଲକର ପାହାଡପଦର ନୁହେଁ ଥୁଆମୁଳ ରାମପୁର ବ୍ଲକରେ ମଧ୍ୟ ସେ ଏପରି କାରନାମା କରିବା ସହିତ ୫୮ ଲକ୍ଷ ୭୨ ହଜାର ୬୧୬ ଟଙ୍କା ହଡପ କରିଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ ଉଭୟ ବ୍ଲକରେ ସରକାରୀ ଅନୁଦାନ ଚଳୁ କରିବା ଅଭିଯୋଗରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଛି । ସେହିପରି ନିଲମ୍ବନ ସମୟ ମଧ୍ୟରେ ସେ ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି କରାଯାଇଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

masiha

ବହୁ ଚର୍ଚ୍ଚିତ ନିଖୋଜ ଦେଢ଼ ବର୍ଷ ର ଶିଶୁ କନ୍ୟା ଵର୍ଷାର ମୃତଦେହ ଉଦ୍ଧାର

Sunil Chandra Nayak

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

Leave a Comment

error: Content is protected !!