ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ୟାଟେରୀ ଚୋରି ସନ୍ଦେହରେ ୨ଯୁବକ ଅଟକ

ବ୍ୟାଟେରୀ ଚୋରି ସନ୍ଦେହରେ ୨ଯୁବକ ଅଟକ

ବସ୍ତା,02/04 : ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ନାଇକୁଢୀ ଛକ ନିକଟ ବଜରଙ୍ଗୀ ହୋଟେଲ ନିକଟରୁ ବ୍ୟାଟେରୀ ଚୋରି ସନ୍ଦେହରେ ୨ଯୁବକଙ୍କୁ ବସ୍ତା ପୁଲିସ ଅଟକ ରଖିଛି।ସୂଚନା ଅନୁସାରେ ଆଜି ବିଳମ୍ବିତ ରାତିରେ ବଜରଙ୍ଗୀ ହୋଟେଲ ନିକଟରେ ୨ଯୁବକଙ୍କ ଚତୁପାର୍ଶ୍ବରେ କିଛି ଲୋକ ଘେରି ଯାଇଥିବା ଦେଖି ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ କାରଣ ପଚାରିଥିଲେ।ଉକ୍ତ ଯୁବକ ଦ୍ବୟ ରାସ୍ତା ପାର୍ଶ୍ବରୁ ଛିଡ଼ା ହୋଇଥିବା ବାଇକରୁ ବ୍ୟାଟେରୀ ଚୋରି କରିବାରେ ନିଜର ସଂପୃକ୍ତି ଥିବା ପୁଲିସକୁ ସୂଚନା ଦେବା ସହ ଗୋଟିଏ ନମ୍ବର ବିହୀନ ଗାଡ଼ିକୁ କାବୁ କରିଥିବା କହିଥିଲେ।ଖବର ପାଇ ବସ୍ତା ପୁଲିସ ଅଟକ ଯୁବକ ଦୁଇଜଣଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଜାରୀ ରଖିଛି । ମଙ୍ଗଳବାର ଅପରାହ୍ନ ସମୟରେ ଏ ସମ୍ପର୍କରେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ଚୋରି ସନ୍ଦେହରେ ଉକ୍ତ ଯୁବକ ଦ୍ବୟଙ୍କୁ ଥାନାକୁ ଅଣାଯାଇ ଅଧିକ ତଦନ୍ତ ଜାରୀ ରଖିଥିବା ସୂଚନା ଦେଇଥିଲେ।ଉକ୍ତ ଯୁବକ ଦ୍ବୟ ସିଂଲା ଥାନା ଅଧୀନ କାଦରାୟାଁ ଅଞ୍ଚଳର ବୋଲି ଜଣାପଡ଼ିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

masiha

ଅବକାରୀ ଚଢାଉ ୧ ଗିରଫ 

masiha

ଘରୁ ତାଲା ଭାଙ୍ଗି ଚୋରି

masiha

Leave a Comment

error: Content is protected !!