ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ ନେତାଜୀ ଜୟନ୍ତୀ ପାଳନ 

ନର୍ଲା : (ମସିହା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ନର୍ଲା ଏବଂ ଜୁର୍କାଭଟା ନନ୍ଦଘର ଠାରେ ନେତାଜୀ ସୁବାଷ ତନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ ହୋଇଥିଲା,ବେଦାନ୍ତ ନନ୍ଦଘର କାର୍ଯକ୍ରମ ଜରିଆରେ ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ ପାଳିତ ହୋଇଥିବା ଏହି ଜୟନ୍ତୀ ପାଳନ ଅବସର ରେ ପ୍ରାକ୍‌ ବିଦ୍ୟାଳୟ ଶିଶୁ ମାନେ ପ୍ରଥମେ ନେତାଜୀ ଙ୍କ ଫଟୋ ଚିତ୍ର ରେ ଫୁଲ ଦୀପ ଦେଇ ପ୍ରାରମ୍ଭିକ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ,ପରେ ଅରୁଣ କୁମାର ପ୍ରଧାନୀ,ଧରିତ୍ରୀ ମିଶ୍ର ନେତାଜୀ ଙ୍କ ନୀତି ଆଦର୍ଶ ଦେଶପ୍ରିତୀ ଉପରେ ସ୍ମୃତି ଚାରଣ କରି ଶିଶୁ ମାନଙ୍କୁ ଦେଶର ଭବିଷ୍ଯତ ବୋଲି କହିଥିଲେ, ଏଥିସହ ମା ମାନଙ୍କୁ ପୁଷ୍ଟି ପ୍ରତି ଧ୍ୟାନ ଦେବାକୁ କହି ସୁବାଷ ତନ୍ଦ୍ର ବୋଷ ପରି ଜଣେ ଜଣେ ସାହସୀ କରିବାକୁ ପରାମର୍ଶ ଦେଇଥିଲେ,ନର୍ଲା ଏବଂ ଜୁର୍କାଭଟା ର ମାତୃ କମିଟି,ନନ୍ଦଘର କମିଟି ସହ ସ୍ୱେଚ୍ଛାସେବୀ ମଧ୍ଯ ଉପସ୍ଥିତ ଥିଲେ,ଶେଷରେ ଧରିତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରି ଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ,ସୁଶୋଭିତ,ବର୍ଣ୍ଣାଢ଼୍ୟ,ପବିତ୍ର ଗଣେଶ ପୂଜା -୨୦୨୬ ମହାସମାରୋହରେ ପାଳିତ 

Sunil Chandra Nayak

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

masiha

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ସହକାରୀ ଶିକ୍ଷକ କିରଣ କଣ୍ଟା,ଭୂପେନ୍ଦ୍ର ସିଂହ ମାଝୀଙ୍କର ସ୍ଥାନାନ୍ତର ଓ ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା ଓ କାର୍ଯ୍ୟାଳୟ ସହକାରୀ ଅଜିତ କୁମାର ବାରିକଙ୍କ ଯୋଗଦାନ ଉପଲକ୍ଷେ ବିଦାୟକାଳୀନ ଓ ସ୍ଵାଗତ ସମ୍ୱର୍ଦ୍ଧନା ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!