ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜି ରାଉତ କଲେଜ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କାମାକ୍ଷାନଗର (ମନିସ )1/9/23 // ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂସ୍କୃତ ବିଭାଗ ମୁଖ୍ୟ ଗୌରାଙ୍ଗ ଚରଣ ମହାରଣା , ଇତିହାସ ବିଭାଗ ମୁଖ୍ୟ ପ୍ରଫୁଲ୍ଲ କୁମାର ଭୂୟାଁ , ଓଡ଼ିଆ ବିଭାଗ ମୁଖ୍ୟ ବାସୁଦେବ ସାହୁ ଙ୍କ ସମେତ ଅଧ୍ୟାପକ ଅନିଲ କୁମାର ଧୀର , ଅଧ୍ୟାପିକା ଦେବଯାନୀ ପାଣି , ଅଧ୍ୟାପିକା ରଜନୀ ବିଜ୍ଞାନ , ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର , ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରାଧ୍ୟାପକ ହିମାଂଶୁ ମିଶ୍ରଙ୍କ ଶିକ୍ଷାଦାନ ଶୈଳୀ, ସମୟାନୁ ବର୍ତିତା,କାର୍ଯ୍ୟ ଦକ୍ଷତା,କର୍ତ୍ତବ୍ୟ ନିଷ୍ଠା ଓ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ,କର୍ମଚାରୀ ମାନେ ଉପହାର ପ୍ରଦାନ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଅଶ୍ରୁଳ ବିଦାୟ ଜଣାଇଥିଲେ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅବସର ଗ୍ରହଣ କରୁଥିବା ପ୍ରାଧ୍ୟାପକ ଙ୍କ ପରିବାର ଯୋଗଦେଇଥିଲେ ।

ହିମାଂଶୁ ସାର ଙ୍କ ଉଦ୍ଦେଶ୍ୟ ରେ ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ଭାବ ବିହ୍ବଳ ସ୍ବରଚିତ କବିତା ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାଉଣ୍ଟେନ୍ ୟୁଥ୍ ସେକେଣ୍ଡାରି ବିଦ୍ୟାଳୟ ନର୍ଲା ର ସପ୍ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ରାଜ୍ୟର ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ  ସୁଧୀର ପଣ୍ଡା ପାଇଲେ ରାଜ୍ୟପାଳ ପୁରସ୍କାର

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!