ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଭବାନୀପାଟଣା  :କଳାହାଣ୍ଡି ଜିଲ୍ଲା ବିପର୍ଯ୍ୟୟ କର୍ତ୍ତୃପକ୍ଷ , କଳାହାଣ୍ଡି ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ( ଓଷଡ଼ମା ) ଭୁବନେଶ୍ଵରଙ୍କ ମିଳିତ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ସହ ଜିଲ୍ଲା ଜରୁରୀ କାଳୀନ ଅଧୀକାରୀ ସୌଦାମିନୀ ମାଝୀ , ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି , ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଓ ବ୍ଲକ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମସ୍ତ 13 ଗୋଟି ବ୍ଲକରୁ ଉପସ୍ଥିତ ଥିଲେ । ଏତଦ ବ୍ୟତୀତ ଜିଲ୍ଲାର 6 ଗୋଟି ବିପର୍ଯ୍ୟୟ ପ୍ରକଳ୍ପ ବିଦ୍ୟାଳୟର ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ । 

ଏହି ପ୍ରଶିକ୍ଷଣ ଶିବିର କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗର ପ୍ରକାଶ ଚନ୍ଦ୍ର ନିଶଙ୍କ ଓ ଦୁଷ୍ମନ୍ତ ଶେଖର ପାଢୀ ସାଧନ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ । ଠିକ ସେହିପରି ଜିଲ୍ଲା ମଙ୍ଗଳ ବିଭାଗରୁ ବେଦବ୍ୟାସ ପ୍ରଧାନ ସାଧନ ବ୍ୟକ୍ତିଭାବେ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ସମସ୍ତ ଶିଶୁ , ଭିନକ୍ଷମ ଏବଂ ବିପଦଶଙ୍କୁଳ ଅବସ୍ଥାରେ ସମସ୍ତଙ୍କର ଯେପରି ସୁରକ୍ଷିତ ଉଦ୍ଧାର ହେବ ଏବଂ ସେମାନଙ୍କର ସ୍ଥାନାନ୍ତରଣ , ବିଦ୍ୟାଳୟରେ ସୁରକ୍ଷିତ ପାନୀୟ ଜଳ , ରନ୍ଧନ ବ୍ୟବସ୍ଥାର ସୁରକ୍ଷିତ ପରିଚାଳନା ଓ ସ୍କୁଲ ପରିଚାଳନା କମିଟି ସହ ଉତ୍ତମ ଯୋଗାଯୋଗ ରହିବା ସେ ବିଷୟରେ ଆଲୋକପାତ କରାଗଲା । 

ଏହି ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା ବିପର୍ଯ୍ୟୟ ପରାମର୍ଶ ଦାତା ପ୍ରଦୋଷ ରଞ୍ଜନ ଜେନା ଓ ସାଧନ ବ୍ୟକ୍ତି ଉପସ୍ଥିତ ରହି ବିଦ୍ୟାଳୟ ସୁରକ୍ଷା ଓ ଛାତ୍ର ମାନଙ୍କ ସୁରକ୍ଷା ସମ୍ପର୍କିତ ବିଷୟଗୁଡ଼ିକୁ ଉପସ୍ଥାପିତ କରିଥିଲେ । ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ପୃର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ସୁଶାସନ ଦିବସ ଭlବେ ପାଳିତ 

masiha

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

masiha

Leave a Comment

error: Content is protected !!