ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଟ୍ଟୁ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

 ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଳିରେ ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ହତ୍ୟା ଘଟଣାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କରିଛି ବଲାଙ୍ଗିର ପୋଲିସ । ଶୀତଳଷଷ୍ଠୀ ମହୋତ୍ସବ ସମୟରେ ଏଭଳି ଏକ ଅମାନୁଷିକ ହତ୍ୟାକାଣ୍ଡ ସାରା ସହରରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ହତ୍ୟାକାରୀଙ୍କୁ ଗିରଫ୍‌ କରିବା ସହ ବଲାଙ୍ଗିର ସହରରେ ବେଆଇନ କଫ୍‌ ସିରପ୍‌ ତଥା ନିଶା କାରବାର ବନ୍ଦ କରିବା ଦାବୀରେ ଗତକାଲି ଗେଟ୍‌ସରୋବରପଡ଼ାର ଜନସାଧାରଣ ବଲାଙ୍ଗିର ଟାଉନ୍‌ ଥାନା ଘେରାଓ କରିଥିଲେ । ସୂଚନାଯୋଗ୍ୟ ଯେ, ସହରର ନରସିଂହ ମନ୍ଦିର ଗଳିରେ ୨୩ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗେଟ୍‌ସରୋବରପଡ଼ାର ବିଟ୍ଟୁ ଓ ତାଙ୍କ ସାଂଗ କନ୍ଧପାଲିପଡାର ପ୍ରେମ ସାହୁଙ୍କୁ ନୃଶଂସ ଭାବେ ଛୁରାମାଡ଼ କରିଥିବା ବେଳେ ଘଟଣାରେ ବିଟ୍ଟୁଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଭାବେ ଆହତ ହୋଇଥିଲେ କନ୍ଧପାଲିପଡାର ପ୍ରେମ ସାହୁ । ଏହି ଅମାନୁଷିକ ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଜବର୍‌ଦସ୍ତ ଭାଇରାଲ୍‌ ହୋଇଥିଲା । ତେବେ ଏହି ମାମଲାରେ ବଲାଙ୍ଗିର ପୋଲିସ ବରପାଲିପଡ଼ାର ବିମଳ ରାଉଳ ଏବଂ ପ୍ରୀତମ କଲ୍‌ତାଙ୍କୁ ଗିରଫ୍‌ କରି ଆଜି ସିନ୍‌ ରିକ୍ରିଏସନ୍‌ କରିଥିବା ଜଣାପଡ଼ିଛି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Related posts

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

Sunil Chandra Nayak

ବସ୍ତା ଅଞ୍ଚଳ ର ସଂକ୍ଷିପ୍ତ ସମାଚାର

masiha

ଡକାୟତି ଉଦ୍ୟମ ପଣ୍ଡ : ରାଉରକେଲା ପୋଲିସ୍ ଦ୍ବାରା ୫ ଅଭିଯୁକ୍ତ ଗିରଫ ଓ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

Leave a Comment

error: Content is protected !!