ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ରାୟଗଡା ଜିଲ୍ଲା ଗସ୍ତ

୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ରାୟଗଡା ଜିଲ୍ଲା ଗସ୍ତ
 : କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୁନିକରଣ ଦେଖିଲେ
: କାଶୀପୁର ବ୍ଲକ ଖୁରିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଛତୁ ମଞ୍ଜି ପ୍ରକଳ୍ପ ଦେଖି ଖୁସି ବ୍ୟକ୍ତ କଲେ
: ଖଜୁରୀ ଗ୍ରାମରେ ଇକୋ ଟୁରିଜମ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କଲେ
: ପାତାଳେଶ୍ୱର ମନ୍ଦିର ଉନ୍ନତି କରାଯିବ 
: ମିଶନ ଶକ୍ତି ସଦସ୍ୟା ମାନଙ୍କ ସହିତ ଆଲୋଚନା କଲେ
: ଵିଷମ କଟକ ନେଳିଆ ବନ୍ଧ ପରିଦର୍ଶନ କଲେ ଓ ଏହା ପୁନ୍ନରୁଦ୍ଧାର କରାଯିବ ।
: ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାରେ 1200କୋଟି ମଞ୍ଜୁର 

ରାୟଗଡା,8/6/2023 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲି ଠାରୁ ରାୟଗଡା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଇଛନ୍ତି। ଆଜି ୫-ଟି ସଚିବ ଶ୍ରୀ ପାଣ୍ଡିଆନ କାଶୀପୁର ବ୍ଲକ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ ସମୀକ୍ଷା କରିଥିଲେ । ଖୁବ ଶୀଘ୍ର କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ଖୁରିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଛତୁ ମଞ୍ଜି ପ୍ରସ୍ତୁତ କେନ୍ଦ୍ର ବୁଲି ଦେଖିଥିଲେ, ଗୋଷ୍ଠୀର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଧିକରୁ ଅଧିକ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । କାଶୀପୁର ଯୁକ୍ତ ଦୁଇ ମହାବିଦ୍ୟାଳୟକୁ ତୁରନ୍ତ ଯୁକ୍ତ ତିନି ମହାବିଦ୍ୟାଳୟରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କାଶୀପୁର ଗସ୍ତ ପରେ ସଚିବ ବିଷମ କଟକ ବ୍ଲକ ଗସ୍ତ କରି ଚାଟିକଣ।, ଆଦିମ ଜନଜାତି ଅଞ୍ଚଳ ଖଜୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଖଜୁରୀ ଇକୋ ଟୁରିଜିମ ପାର୍କକୁ ଆର୍ଟିଟେକ ମାଧ୍ୟମରେ ଡିପିଆର ପ୍ରସ୍ତୁତ କରି ଏକମାସ ମଧ୍ୟରେ ପ୍ରେରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଅର୍ଥ ମଞ୍ଜୁର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି ଚାଟିକଣା ସ୍ଥିତ ଶିବ ମନ୍ଦିର ପରିଦର୍ଶନ କରି ଶିବ ମନ୍ଦିର ଓ ଜଳ ପ୍ରପାତର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବା ନିମନ୍ତେ ସେବାୟତ ଓ ଟ୍ରଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପରିସରରେ ଆୟୋଜିତ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱୟଂ ସହାୟକ ଗୋଷ୍ଠୀ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ଋଣ କିପରି ପାଇବେ ସେ ନେଇ ଘୋଷଣା କରିଥିଲେ । କୃଷି, ଶିକ୍ଷା ଓ କୃଷକ ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପ ଘୋଷଣା କରିଥିଲେ । ଆଉ ଯାହା ସମସ୍ୟା ଅଛି ସେସବୁକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ଆଗାମୀ ଛଅ ମାସ ମଧ୍ୟରେ ସମାଧାନ କରାଯିବ ବୋଲି କହିଥିଲେ । ନୂଆ ବର୍ଷରୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ସ୍ମାର୍ଟ କ୍ଲାସରେ ପାଠ ପଡିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ ମେଧାବୀ ଆଦିବାସୀ ଛାତ୍ର ଛାତ୍ରୀ ଯେକୋୖଣସି ବିଦ୍ୟାଳୟ , ମହାବିଦ୍ୟାଳୟରେ ନାମ ଲେଖାଇ ପାରିବେ ବୋଲି କହିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ମହିଳାଙ୍କ 10ଲକ୍ଷ ଓ ପୁରୁଷଙ୍କୁ 5ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି ଓ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ସାମିଲ କରିବା ଓ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କିପରି ଉପକୃତ ହୋଇ ପାରିବେ ସେବିଷୟରେ ପ୍ରକାଶ କରିଥିଲେ । ଯେଉଁମାନେ ମଧୁବାବୁ ପେନସନ ପାଉଛନ୍ତି ସେମାନେ ଆଉ ବ୍ୟାଙ୍କକୁ ଯିବାକୁ ପଡିବନି, ପଞ୍ଚାୟତରେ ପେନସନ ପାଇବେ ବୋଲି ଘୋଷଣା କରିଥିଲେ । ବିଷମକଟକ ଠାରେ ନୀଳିଆବନ୍ଧ ପରିଦର୍ଶନ କରିଥିଲେ l ଏହାର ପୁନ୍ନରୁଦ୍ଧାର କାର୍ଯ୍ୟ କରାଯିବା ପାଇଁ ଜନସାଧାରଣ ଦାବିଜଣାଇଥିଲେ l ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ଲେବେଲ ଫେଡେରେସନ, ଗ୍ରାମ ପଞ୍ଚାୟତ ଲେବେଲ ଫେଡେରେସନ ଏବଂ ଗୋଷ୍ଠୀ କେଡର ମାନଙ୍କ ସହିତ ଆଲୋଚନା କରିଥିଲେ l ପ୍ରତେକ ବିଏଲେଏଫକୁ ଗାଡି ଯୋଗାଇ ଦିଆଯିବ ବୋଲି କହିଥିଲେ l ଶତପ୍ରତିଶତ ପ୍ରତ୍ସାହ୍ନ କମ୍ୟୁନିଟି କେଡ଼େରକୁ ଦିଆଯିବ,l 

ପ୍ରତି ଘରକୁ ପାନୀୟ ଜଳ ଓ କୃଷି କ୍ଷେତ୍ରରର ଜମିକୁ ଜଳ ଯୋଗାଇ ଦେବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ପ୍ରକାଶ କରିଥିଲେ । ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ବିଜୁ ସଡ଼କ ଯୋଜନା ଆରମ୍ଭ ହୋଇଥିବା ପ୍ରକାଶକରିଥିଲେ । ବିଷମ କଟକ ଗସ୍ତ ସାରି 5ଟି ସଚିବ ପଦ୍ମପୁର ବ୍ଲକ ଗସ୍ତ କରି ମରିଚଗୁଡା ସ୍ଥିତ ଆଦିବାସୀ ସଉରା ଲିପି ମନ୍ଦିର ମତର ବନାମ ମନ୍ଦିର ପରିଦର୍ଶନ କରିଥିଲେ । ଏହାକୁ ଉନ୍ନତକରଣ କରାଯିବ ଏବଂ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆସଯିବ l

ଆଦିବାସୀ ଭାଷା ସୁରକ୍ଷା ଓ ପ୍ରସାର ନିମନ୍ତେ ଶବର ସାଂସ୍କୃତିକ ସଂଘ ଗ୍ରହଣ କରିଥିବା ପଦକ୍ଷେପ ଗୁଡିକ ଶୁଣି ଖୁସି ବ୍ୟକ୍ତ କରିଥିଲେ । ମନ୍ଦିର ଉନ୍ନତି କରଣ ନିମନ୍ତେ ପଦ୍ଧକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ଖିଲାମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ କୃଷକ ଓ ଜନ ସାଧାରଣ ଅଭିଯୋଗ ଶୁଣାଣୀରେ ଅଂଶ ଗ୍ରହଣ କରି ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସଜାଗ ଥିବା ଓ କୃଷିଜାତ ସାମଗ୍ରୀ ବିପଣନ ନିମନ୍ତେ ବଜାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି କହିଛନ୍ତି । ପ୍ରତିଟି ଚାଷ ଜମିକୁ କେନାଲ ପାଣି ଯୋଗାଇବା ଓ ଜଳସେଚନ ସୁଦୃଡ଼ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପଦକ୍ଷେପ ବୋଲି କହିଥିଲେ । ଏହାପରେ ଗୁଣପୁର ଗସ୍ତ କରି ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତି କରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ l ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ l ଗୁଣପୁର ଅଞ୍ଚଳର ସମସ୍ତ କଲେଜ 5ଟି ଅଧୀନରେ ଥିବା ପ୍ରକାଶ କରିଥିଲେ । ସେଫଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯିବ ଓ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ସେଫାଳି ପାହାଡ଼ ରାସ୍ତା ପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି କହିଥିଲେ । ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ 1200କୋଟି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଘୋଷଣା କରିଥିଲେ ।ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ମlନ ଗ୍ରହଣ କରିଥିଲେ l

5ଟି ସଚିବଙ୍କ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆର, ଭିନୀଲ କୃଷ୍ଣl, ରାୟଗଡ ଜିଲ୍ଲାପାଳ ସ୍ୱାଧା ଦେବ ସିଂ, ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

Sunil Chandra Nayak

କ୍ରୁଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଟିତ

Sunil Chandra Nayak

ଏକ ପେଡ ମାଆ କେ ନାମ୍ : ରାଉରକେଲା ପୋଲିସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!