ସାହିତ୍ୟ ଅଗଣାଶ୍ରୀମତୀ ସ୍ନେହ ମିଶ୍ର କବିତା l l ମଙ୍ଗଳର ବାର୍ତ୍ତା l l by Sunil Chandra NayakJanuary 1, 2023January 2, 2023056 Share0 l l ମଙ୍ଗଳର ବାର୍ତ୍ତା l l ଶ୍ରୀମତୀ ସ୍ନେହ ମିଶ୍ର ଓଡିଶାର ଗର୍ବ ରୀତିପରମ୍ପରା ସଂସ୍କାର ସଂସ୍କୃତି ପୂର୍ଣ୍ଣ | ଆହା ! କି ସୁନ୍ଦର ପ୍ରକୃତି ଆରାଧ୍ୟ ପୂଜା ସୂର୍ଯ୍ଯ ଭଗବାନ || ପ୍ରାଚୀ ଗଗନରେ ଉଇଁଲେଣି ଉଷା ସ୍ଵର୍ଣ୍ଣିମ କିରଣ ଆଭା ସିନ୍ଦୁରିଆ ଫାଟି ରକ୍ତିମ ଲାଲିମା ଅରୁଣିମା ରଶ୍ମି ଶୋଭା ଦୂର ଦିଗନ୍ତରୁ ଶଂଖ ହୁଳହୁଳି ଶୁଭ ମନ୍ତ୍ର ବେଦଧ୍ଵନି ଶତବିଂଶ ପୂର୍ଣ୍ଣ ବିସ୍ମିତ ତେଇଶି ମଙ୍ଗଳ ମହୁରୀ ଶୁଣି || ଓଡିଶାବାସୀଙ୍କୁ ଶୁଭ ଆଶୀଷରେ ଦୟାକର ଦିବାକର ଇଂରାଜୀ ନବ ବର୍ଷ ଆଗମନେ ନବ ଉନ୍ମାଦନା ସ୍ଵର || ଲୀଳାମୟଙ୍କର ଲୀଳା କେ ବର୍ଣ୍ଣିବ ବିଶ୍ଵ ନିୟନ୍ତାଙ୍କ ଖେଳ ମଙ୍ଗଳମୟଙ୍କ ମଙ୍ଗଳର ବାର୍ତ୍ତା ବିଶ୍ଵରେ କରେ ଚହଳ ||