ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରେମଶିଳା ବେହେରା ଙ୍କ କବିତା – ରଥଯାତ୍ରା

ରଥଯାତ୍ରା

ଚକ ଘିରିଘିରି ରଥ ଯାଏ ଗଡି
      ବଡ଼ଦାଣ୍ଡେ ଦେଖ ଭାଇ
ରଥ ପରେ ଯିଏ ବସି କି ହସୁଛି
       ସେ ପରା କଳା କହ୍ନେଇ ।
ମାଉସୀ ଘରକୁ ଯାଉଛି ବୋଲି ତା
      ଗୋଡ ତଳେ ଲାଗୁ ନାହିଁ
ଅଭଡା କନିକା ରୁଚୁ ନାହିଁ ତାକୁ
     ପାଟିରେ ସେ ଖାଉନାହିଁ ।
ମୁଣ୍ଡରେ ଟାହିଆ ଗଳାରେ ଦୟଣା
         ପିନ୍ଧିଛି ଝିନ ବସନ
ନାଲି ଓଠେ ତାର ମୁରୁକି ହସୁଛି
        ସତେକି ସରଗ ଜହ୍ନ ।
ଗୋଡ ନାହିଁ ତାର ଝପଟି ଆସୁଛି
     ‌ପଣ୍ଡା ପଡିହାରି ସାଥେ
ହଲି ହଲି ଆସେ କାଳିଆ ସୁନା ମୋ
      ଭକତ ସାଗର ଯୂଥେ।
ସାଗରେ ଲହଡି ଖେଳି ଯାଏ ସତେ
       ଗରଜି ଗରଜି ଆସେ
ଶଙ୍ଖ ଘଣ୍ଟ ସାଥେ ବାଜୁଛି‌ ନିଶାଣ
        ଧରଣୀ ଦୁଲୁକି ଭାସେ।
ଅଗରୁ ଚନ୍ଦନ ଲଗାଇ ଦେହରେ
        ସଜେଇ ହୋଇଛି ଜଗା
ଭକତ ସାଙ୍ଗରେ ଝୁଲି ଝୁଲି ଚାଲେ
       ସତେ କି ଗାଈର ପଘା ।
ଭକ୍ତ ବନ୍ଧୁ ଭାବ- ଗ୍ରାହୀ ଅଟେ ସେହୁ
        ଭକତ ଦୁଃଖ କୁ ହରେ
କଳା ବଉଦର ତଳେ କଳାକାହ୍ନୁ
         ଚାଲୁଅଛି ଧିରେ ଧିରେ।
ଭକତର ଦୁଃଖ ହରିବା ପାଇଁ ସେ
        ବଡଦାଣ୍ଡେ ହୋଇ ବିଜେ
ଶଙ୍ଖ ଚକ୍ର ଗଦା ପଦ୍ମ ଧରିଅଛି
          କଷ୍ଟ ସହୁ ଅଛି ନିଜେ । 

ପ୍ରେମଶିଳା ବେହେରା

ଭବାନୀପାଟଣା କଳାହାଣ୍ଡି

 

Related posts

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

ଶୁଭ ସ୍ମିତା ମୁଦୁଲି ଙ୍କ କବିତା = ଯାହାଙ୍କ ପାଇଁ ଆସିଛି ମୁଁ ଦୁନିଆକୁ

Sunil Chandra Nayak

ନାୟକ ଅକ୍ଷୟ ରଜହସ୍ତୀ ଙ୍କ କବିତା = ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ

Sunil Chandra Nayak

Leave a Comment

error: Content is protected !!