ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ବାଳିକା ଦିବସ ପାଳିତ 

ଜାତୀୟ ବାଳିକା ଦିବସ ପାଳିତ 

କାମାକ୍ଷାନଗର (ମନିସ )22/1/25 // କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜାତୀୟ ବାଳିକା ଦିବସ ପାଳିତ ହୋଇ ଯାଇଛି l ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିରୂପା ଶତପଥୀ ସମ୍ମାନିତ ଅତିଥି ଭାବରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଦେହୁରୀ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ଭୋଇ ଓ ଅମ୍ବିକା ସାହୁ ଯୋଗ ଦେଇଥିଲେ l ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର, ଛାତ୍ରୀ ମାନେ ଜାତୀୟ ବାଳିକା ଦିବସ ବିଷୟରେ ଅଭିଭାଷଣ ଦେଇଥିଲେ l ପରିଶେଷରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ଓ ସ୍ଲୋଗାନ ଲିଖନ ରେ ପ୍ରଥମ ସ୍ଥାନ ପାଇଥିବା ଛାତ୍ରୀମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମ୍ବିକା ସାହୁ ଧନ୍ୟବାଦ ଦେଇଥିଲେ l ବରିଷ୍ଠ ଶିକ୍ଷକ ବିଷ୍ଣୁପ୍ରସାଦ ଦାଶ ଦୁର୍ଗାପ୍ରସାଦ ତ୍ରିପାଠୀ ସିଆରସିସି ଚିତ୍ତରଞ୍ଜନ ଦଳେଇ, ମଳୟ ସାହୁ ପ୍ରମୁଖ ସହଯୋଗ କରିଥିଲେ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧର୍ମଗଡ: ସେମଲା ଗାଁ ର ବାପା ମା ଛେଉଣ୍ଡ ଦୁଇ ଭଉଣୀ ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

masiha

ତପନ ମାଝୀ ଶିଶୁ ଶ୍ରମିକ ବିଦ୍ୟାଳୟ ରେ ପଢି ଆଜି ଓ ଇ ଏସ ପରୀକ୍ଷାରେ ସଫଳତା  

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ

Sunil Chandra Nayak

Leave a Comment

error: Content is protected !!