ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ବାଳିକା ଦିବସ ପାଳିତ 

ଜାତୀୟ ବାଳିକା ଦିବସ ପାଳିତ 

କାମାକ୍ଷାନଗର (ମନିସ )22/1/25 // କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜାତୀୟ ବାଳିକା ଦିବସ ପାଳିତ ହୋଇ ଯାଇଛି l ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିରୂପା ଶତପଥୀ ସମ୍ମାନିତ ଅତିଥି ଭାବରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଦେହୁରୀ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ଭୋଇ ଓ ଅମ୍ବିକା ସାହୁ ଯୋଗ ଦେଇଥିଲେ l ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର, ଛାତ୍ରୀ ମାନେ ଜାତୀୟ ବାଳିକା ଦିବସ ବିଷୟରେ ଅଭିଭାଷଣ ଦେଇଥିଲେ l ପରିଶେଷରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ଓ ସ୍ଲୋଗାନ ଲିଖନ ରେ ପ୍ରଥମ ସ୍ଥାନ ପାଇଥିବା ଛାତ୍ରୀମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମ୍ବିକା ସାହୁ ଧନ୍ୟବାଦ ଦେଇଥିଲେ l ବରିଷ୍ଠ ଶିକ୍ଷକ ବିଷ୍ଣୁପ୍ରସାଦ ଦାଶ ଦୁର୍ଗାପ୍ରସାଦ ତ୍ରିପାଠୀ ସିଆରସିସି ଚିତ୍ତରଞ୍ଜନ ଦଳେଇ, ମଳୟ ସାହୁ ପ୍ରମୁଖ ସହଯୋଗ କରିଥିଲେ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାଧାରଣ ଜନତାଙ୍କ ମଧ୍ୟରେ ସମ୍ବିଧାନର ଅବଧାରଣା ଆବଶ୍ୟକ ମହାବୀରପଡ଼ା ସିଭିଲ ସୋସାଇଟିର ବାର୍ଷିକ ଉତ୍ସବ

Sunil Chandra Nayak

ସାତ ଦିନିଆ ବନ୍ଯା ଓ ବାତ୍ଯା ମୁକାବିଲା ସଚେତନତା ଶିବିର ଉଦ୍ଘାଟିତ

लायंस इंटरनेशनल डिस्ट्रिक्ट 322C2 द्वारा आयोजित शतरंज प्रतियोगिता का सफल आयोजन 

Sunil Chandra Nayak

Leave a Comment

error: Content is protected !!