ରାୟଗଡା:-ତା.୨୩/୦୨-ରାୟଗଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷ୍ୟ ରୁ ଓଡିଶା ଏବଂ ଆନ୍ଧ୍ର ଆନ୍ଧ୍ର ଅବକାରି ବିଭାଗ, ଶେଷଖାଲ ଆରୋକ୍ଷୀ ବିଭାଗ ଙ୍କ ସହାୟତା ରେ ଏକ ମିଳିତ ଚଢ଼ାଉ ଆନ୍ଧ୍ର ଓଡିଶା ସୀମାନ୍ତ ରେ ଥିବ ଗ୍ରାମ ସାନ ସାନ୍ଦୁବାଡି ଏବଂ ଶୀକାବାଡି ରେ କରାଯାଇଥିଲା l ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଅଭିରାମ ବେହେରା ଙ୍କ ନେତୃତ୍ବ ରେ ହଇଥିବା ଏହି ଅତର୍କିତ ଚଢ଼ାଉ ରେ ଓଡିଶା ଅବକାରୀ ବିଭାଗ ର 65 ଅଧିକାରୀ , ଆନ୍ଧ୍ର ଅବକାରୀ ବିଭାଗ ର 39 ଅଧିକାରୀ ଏବଂ ଶେଷଖାଲ ଥାନା ଆରୋକ୍ଷୀ ବିଭାଗ ତରଫ ରୁ 10ଜଣ ଭାଗ ନେଇଥିଲେ l
ସକାଳେ 6 ଟା ସମୟ ରେ ବିଭାଗୀୟ ଅଧିକାରୀ ମାନେ ନିଜ ଦଳ କୁ ନେଇ ଶେଷଖାଲ ଥାନା ପରିଶର ରେ ଏକଜୁଟ ହେଇଥିଲେ l ଜିଲ୍ଲା ଅବକାରୀ ଅଧିକାରୀ ଏବଂ ଆନ୍ଧ୍ର ଅବକାରୀ ଅଧିକାରୀ ଯୋଜନା କୁ କିଭଳି ସଫଳ ରୂପେ କାର୍ଯ୍ୟକାରୀ କରାଯିବ ସେଥି ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ସମସ୍ତ ଅଧିକାରୀ ଙ୍କୁ 3 ଟି ଅଲଗା ଦଳ ରେ ଭାଗ କରି ଥିଲେ l ସାନ ସାନ୍ଦୁବାଡି ଓ ଶୀକାବାଡି ଅଞ୍ଚଳ ରୁ ବେଆଇନ ଦେଶୀ ମଦ କାରବାର ର ସମସ୍ୟା ବାରମ୍ବାର ସାମ୍ନା କୁ ଆସୁଥିବା ଯୋଗୁଁ ଏହି ଚଢ଼ାଉ ରେ ସମସ୍ତ ସନ୍ଦିଗ୍ଧପୁର୍ଣ ଘର ର ତୋଲାସ କରିବା ମଧ୍ୟ ଯୋଜନା ଅନ୍ତର୍ଭୁକ୍ତ କରା ଯାଇଥିଲା l
ଗ୍ରାମ ରେ ପହଂଚିବା ପରେ ଦୁଇ ଦଳ ମାଜିଷ୍ଟ୍ରେଟ ଶ୍ରୀ ପ୍ରଫୁଲ୍ଲ ବେହେରା assistant collector ଏବଂ ଶେଷଖାଲ ସବ ଇନ୍ସ୍ପେପେକ୍ଟର ଶ୍ରୀ ବାବାଜୀ ପଣ୍ଡା ଙ୍କ ସମୁଖ ରେ ଗ୍ରାମ ର ସନ୍ଦେହସ୍ପଦ ଗୃହ ର ତୋଲାସ କରିଥିଲେ l ଉକ୍ତ ଚଢ଼ାଉ ରେ 3 ଜଣ ସନ୍ଦିଗ୍ଧ ଙ୍କୁ ଗିରଫ କରାଯାଇଥିଲା ଆସାମୀ ମାନେ ହେଲେ ରାଜୁ ଗାଣ୍ଟା (45), ଫୁଲନ୍ତି ଗାଣ୍ଟା (48), ରତ୍ନାଲୁ କ୍ରିଷ୍ଣା ରାଓ (50) l ଉକ୍ତ ଚଢ଼ାଉ ରେ 6100 ଲିଟର ଦେଶୀ ପଚ, 200କିଲୋ ମହୁଲ, 674 ଲିଟର ଦେଶିମଦ ବରାମତ ହେଇଥିଲା l ଏବଂ ଗ୍ରାମ ପରିସର ର 3 ଟି ସ୍ଥାନ ରୁ ଉକ୍ତ 6100 ଲିଟର ଦେଶୀ ପୋଚ ଏବଂ 55 ଟି drum ଜବତ ହେଇଥିଲା l
ଜିଲ୍ଲା ଅବକାରୀ ବିଭାଗ ତରଫ ରୁ ହେଇଥିବା ଏହା ଏକ ସବୁଠୁ ବଡ ଧରଣ ର ଚଢ଼ାଉ ଭାବେ ପରିଗଣିତ ହେଉଛି l ଚଢ଼ାଉ ସମୟ ରେ ଜବତ ହେଇଥିବା ମହୁଲ ର ମୂଲ୍ୟ ଆନୁମାନିକ 2500 ଟଙ୍କା ଏବଂ ଜବତ ଦେଶୀ ମଦ ଏବଂ ପଚ ର ମୂଲ୍ୟ 4ଲକ୍ଷ୍ୟ 6000 ଟଙ୍କା ହେବ ବଲି ଶ୍ରୀ ଅଭିରାମ ବେହେରା ସୂଚନା ଦେଇଛନ୍ତି l ଆନ୍ଧ୍ର ଓଡିଶା ମିଳିତ ଚଢ଼ାଉ ର ଆକ୍ସନ plan ଅବକାରୀ commisioner ଆଶିଷ କୁମାର ସିଂ, ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଏବଂ ରାୟଗଡା ଆରୋକ୍ଷୀ ଅଧିକାରୀ ଶ୍ରୀ ବିବେକାନନ୍ଦ ଶର୍ମା ଙ୍କ ଅନୁକୂଲ୍ୟ ରେ ହେଇଥିବା ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀ ଅଭିରାମ ବେହେରା ସୂଚନା ଦେଇଛନ୍ତି l
ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ


