ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଧାନ ବେପାରୀଙ୍କ ଗୋଦାମ ରୁ ୩୭୪ ବସ୍ତା ଧାନ ଓ ପଚାଶ କ୍ଵିଣ୍ଟାଲରୁ ଅଧିକ ମହୁଲ ଜବତ୍ 

ନର୍ଲା /ମସିହା /କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ ଭାଲୁକଟା ଠାରେ ଗୁରୁବାର ନର୍ଲା ତହସିଲଦାର ଶଙ୍କର ବାଗ ଓ ଭବାନୀପାଟଣା ଏସିଏସଓ ଶ୍ରୀ ମୁର୍ମୁଙ୍କ ନେତୃତ୍ୱରେ ଏକ ବେଆଇନ ଧାନ ବେପାରୀଙ୍କ ଗୋଦାମରେ ଚଢ଼ାଉ କରି ଶତାଧିକ ବସ୍ତା ଧାନ ଜବତ୍ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ନର୍ଲା ତହସିଲଦାର ଶଙ୍କର ବାଗ ରୁପ୍ରା ନିକଟସ୍ଥ ଭାଲୁକଟା ଗ୍ରାମର ପ୍ରସନ୍ନ ସାହୁଙ୍କ ଭାଲୁକଟା ଛକ ସ୍ଥିତ ଗୋଦାମରେ ଚଢ଼ାଉ କରି ବେଆଇନ ଭାବେ ଗଚ୍ଛିତ ରଖିଥିବା ଧାନ ଓ ମହୁଲ ଜବତ୍ କରିଛନ୍ତି। ଦୀର୍ଘ ଦିନ ଧରି ଏହି ଅଂଚଳରେ ଧାନ ଓ ବିଭିନ୍ନ କୃଷି ଜାତ ଦ୍ରବ୍ୟର ଚୋରା ବ୍ୟବସାୟ ଚାଲୁଥିବା ଚର୍ଚ୍ଚା ହେଉଥିଲା। ଗୁରୁବାର ସୂଚନା ପାଇ ନର୍ଲା ତହସିଲଦାର ଶଙ୍କର ବାଗ ଓ ଭବାନୀପାଟଣା ଏସିଏସଓ ଶ୍ରୀ ମୁର୍ମୁ ଚଢ଼ାଉ କରି ୩୭୪ ବସ୍ତା ଧାନ ଓ ପଚାଶ କ୍ଵିଣ୍ଟାଲରୁ ଅଧିକ ମହୁଲ ଜବତ୍ କରିଥିବା ଜଣାପଡିଛି। କଷ୍ଟସାଧ୍ୟ ଚାଷ ଅମଳ ସାରି ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ସମୟରେ ଅଂଚଳର ବିଭିନ୍ନ ମଣ୍ଡି ଗୁଡ଼ିକର ଅବ୍ୟବସ୍ଥା ଯୋଗୁଁ ଚାଷୀ ଅଭାବି ବିକ୍ରୀର ଶିକାର ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଛି। ଏଭଳି ସମୟରେ ମଣ୍ଡି ଗୁଡ଼ିକରେ ପେକ୍ସ କର୍ମଚାରୀ,ଆରଏମସି ଓ ମିଲ ମାଲିକ ମାନଙ୍କ ଚକ୍ରାନ୍ତ ର ଶିକାର ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ମଧ୍ୟ ରୁପ୍ରା ପେକ୍ସ ଅଧିନସ୍ଥ ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଓ ଦଲାଲି ନେଇ ଚର୍ଚ୍ଚା ହୋଇଆସୁଥିବା ବେଳେ ବର୍ତମାନ ଏହା ପ୍ରମାଣିତ ହୋଇଥିବା ଅଂଚଳରେ ଚର୍ଚ୍ଚା ହେଉଛି। ଏନେଇ ନର୍ଲା ତହସିଲଦାର ଶଙ୍କର ବାଗଙ୍କ ସହ ଯୋଗାଯୋଗ କରାଯିବାରେ ସେ ପ୍ରକାଶ କରିଥିଲେ ଯେ ସୂଚନା ଅନ୍ୟ ଜଣଙ୍କ ବେଆଇନ ଗୋଦାମ ବିରୁଦ୍ଧରେ ଥିଲା, ହେଲେ ଚଢ଼ାଉ ସମୟରେ ପ୍ରସନ୍ନ ସାହୁଙ୍କ ଭାଲୁକଟା ଗୋଦାମରେ ଧାନ ଠାବ ହୋଇଥିଲା। ଏହାର ଅର୍ଥ ହେଲା ସେହି ଅଂଚଳରେ ଆହୁରି ଅନେକ ବେଆଇନ ବେପାରୀ ସେମାନଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି। ଆଗାମୀ ଦିନରେ ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ଶ୍ରୀ ବାଗ ପ୍ରକାଶ କରିଛନ୍ତି।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଅବକାରୀ ଯନ୍ତାରେ ଦୁଇ ମଦ ମାଫିଆ,ସ୍କୁଟି ଓ ପେସନ ପ୍ରୋ ବାଇକ ସହ ୮୪ ଲି . ଦେଶୀ ମଦ ଜଵତ

masiha

ପାଣି ଟାଙ୍କି ରେ ପରିସ୍ରା କରିବା ଘଟଣା: ଦୁର୍ବୃତ୍ତ ଙ୍କ ବିରୋଧରେ ଦିଆ ଗଲା ଏତଲା 

masiha

ଵୃଦ୍ଧାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ 

Leave a Comment

error: Content is protected !!