ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

କଳାହାଣ୍ଡିର କେସିଙ୍ଗା ବ୍ଳକ ଅନ୍ତର୍ଗତ କଶୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ନବାଗତ ସ୍ବେଛାସେବୀମାନଙ୍କ ସ୍ବାଗତ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ଯୋଗଦାନ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ନବାଗତ ସ୍ବେଛାସେବୀଙ୍କୁ ମାର୍ଗଦର୍ଶନ କରିଥିଲେ। ରେଡକ୍ରସର ଯୁବ ପରାମର୍ଶଦାତା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଉତ୍ସବକୁ ପରିଚାଳନା କରି ରେଡକ୍ରସର ଇତିହାସ, କ୍ରମବିକାଶ, ଚିହ୍ନ, କାର୍ଯ୍ୟ ଏବଂ ଭୂମିକା ସମ୍ପର୍କରେ ବିଶଦଭାବେ ଆଲୋଚନା କରିଥିଲେ। ଉତ୍ସବରେ ମୋନାଲିସା କର ଅତିଥି ପରିଚୟ ଦେଇଥିବା ବେଳେ ଟୁନି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ଜନ ସଚେତନତା ରଥ ପରିକ୍ରମା 

masiha

cancellation of all environmental and pollution clearances for Kutrumali Bauxite Mining Lease, citing violations of tribal rights, forest laws and constitutional safeguards.. Niranjan Bishi 

Sunil Chandra Nayak

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!