ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

କଳାହାଣ୍ଡିର କେସିଙ୍ଗା ବ୍ଳକ ଅନ୍ତର୍ଗତ କଶୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ନବାଗତ ସ୍ବେଛାସେବୀମାନଙ୍କ ସ୍ବାଗତ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ଯୋଗଦାନ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ନବାଗତ ସ୍ବେଛାସେବୀଙ୍କୁ ମାର୍ଗଦର୍ଶନ କରିଥିଲେ। ରେଡକ୍ରସର ଯୁବ ପରାମର୍ଶଦାତା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଉତ୍ସବକୁ ପରିଚାଳନା କରି ରେଡକ୍ରସର ଇତିହାସ, କ୍ରମବିକାଶ, ଚିହ୍ନ, କାର୍ଯ୍ୟ ଏବଂ ଭୂମିକା ସମ୍ପର୍କରେ ବିଶଦଭାବେ ଆଲୋଚନା କରିଥିଲେ। ଉତ୍ସବରେ ମୋନାଲିସା କର ଅତିଥି ପରିଚୟ ଦେଇଥିବା ବେଳେ ଟୁନି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସ୍ଥାନୀୟ ହାଇୱା ଲଗାଇବା ଦାବି ,ରାଜରାସ୍ତାକୁ ଓହ୍ଲାଇଲା ହାଇୱା ମାଲିକ ସଂଘ 

ଦିଲ୍ଲୀ ଅଭି ମୁଖେ ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କ ଯାତ୍ରା

masiha

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ ! ଵ୍ଳକ ଫାଟକରେ ତାଲା ଠୁଙ୍କିଲେ ଅସନ୍ତୋଷ ଜନପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!