ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଜୁନାଗଡ଼ ୧୨/୧୦ (ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗୁଡା ମନାରୀ ଖେଳପଡ଼ିଆ ଠାରେ ୧୪ତମ ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।ମାଁ ଲଙ୍କେଶ୍ୱରୀ ଫୁଟବଳ ଏସୋସେସନ ଦ୍ୱାରା ଆୟୋଜିତ ପ୍ରଥମ ଦିନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା ସମାଜସେବୀ ବିଭୁ ପ୍ରସାଦ ପାଢୀ ଯୋଗ ଦେଇଥିଲେ । ମ୍ୟାଚ୍ ର ପ୍ରଥମ ଦିନରେ ପ୍ରଥମେ ମାଟିଗାଁ ଓ ଧର୍ମଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଧର୍ମଗଡ ୬-୧ ରେ ମାଟିଗାଁ ଠାରୁ ବିଜୟ ଲାଭ କରିଥିଲେ।ଦ୍ଵିତୀୟ ମ୍ୟାଚରେ ମଣ୍ଡଳ ଓ ଭବାନୀପାଟଣା ମଧ୍ୟରେ ଖେଳ ହୋଇଥିଲା। ଏହି ମ୍ୟାଚରେ ଟ୍ରାଇବ୍ରେକର ଦ୍ୱାରା ଭବାନୀପାଟଣା୧-୦ ବିଜୟୀ ହୋଇଥିଲା। ଖେଳ ପରିଚାଳକ ଭାବେ ସୁଶାନ୍ତ ପଧାନ, ସୁଧାକର ମାଝୀ, ରିଙ୍କୁ ପୁଝାରୀ ଦାଇତ୍ୱ ନେଇଥିବା ବେଳେ, ବସନ୍ତ ବେହେରା, ନିଲାଞ୍ଚଳ ନାଏକ, ନିମାଇ ଚରଣ ଦଳପତି ଜନ୍ମେଜୟ ପାତ୍ର ଏବଂ ଲଙ୍କେଶ୍ୱରୀ ଫୁଟବଳ ଏସୋସେସନର ସଦସ୍ୟ ମାନେ ମୁଖ୍ୟ ସହଯୋଗ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଶ୍ରୀ ବୁଢ଼ାରଜା ନକ ଆଉଟ୍ କ୍ରିକେଟ ପ୍ରତଯୋଗିତା ଗୋଲାମୁଣ୍ଡା ଏକାଦଶ କୁ ହରାଇ ସିନାପାଲି ଚମ୍ପିୟାନ

masiha

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!