ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକ୍ତିଲାଭ କଲା ମାଳିପୁଟ ମେଲୋଡିସ୍‌ 

ମୁକ୍ତିଲାଭ କଲା ମାଳିପୁଟ ମେଲୋଡିସ୍‌ 

ନବରଙ୍ଗପୁର:(୧୯|୯)(ରବି ନାରାୟଣ ମହାନ୍ତି)ଆଦିବାସୀ ପରମ୍ପରା, ସାହିତ୍ୟ, ସଂସ୍କୃତି ଓ ଲୋକଙ୍କ ସାଧାରଣ ଜୀବନକୁ ନେଇ ନିର୍ମିତ ଭିନ୍ନଧରଣର ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିସ୍’ ସ୍ଥାନୀୟ ଡି. ଏସ ୩ ସିନେମା ହଲ ରେ ତ ମୁକ୍ତିଲାଭ କଲା ।ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ଦେବଦାସ ମହାକୁଡ଼ ଯୋଗ ଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ପ୍ରାରମ୍ଭିକ ରିବନ କାଟି ଥିଲେ । ଏହା ପରେ ଆନୁଷ୍ଠାନିକ ଭାବରେ ଫିଲ୍ମ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏହି ଅବସରରେ ଅତିଥି ମାନେ କୋରାପୁଟ ଅଞ୍ଚଳର ସମସ୍ତ କଳାକାର ଓ କଳାପ୍ରେମୀଙ୍କୁ ନିଜ ପରିବାର ସହ ସ୍ଥାନୀୟ ସିନେମା ହଲ୍‌କୁ ଯାଇ ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ କରିବା ସହ ଫିଲ୍ମ ର ସଫଳତା କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା ଏବଂ ଫିଲ୍ମ ର ବରିଷ୍ଟ କଳାକାର ଜୟନ୍ତ ସାନ୍ତରା ପ୍ରମୁଖ ଉପସ୍ଥିତ ଥିଲେ। ସମାଜସେବୀ ତଥା ଅଭିନେତା ଜି. ରବି ପ୍ରସାଦ, ଯୁବ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ଦାସ, ଯୁବ ଗାୟକ ଶିବ ପ୍ରସାଦ ମହାପାତ୍ରଙ୍କ , କୁନି ଅଭିନେତ୍ରୀ ରୁହାନି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଫିଲ୍ମ ଦେଖିବା ନିମନ୍ତେ ଜିଲ୍ଲାର କୋଣ ଅନୁକୋଣରୁ ଅନେକ କଣ୍ଟେଣ୍ଟ କ୍ରିଏଟର, ଜିଲ୍ଲାର ବରିଷ୍ଟ ଏବଂ କନିଷ୍ଟ କଳାକାର ସହ ଅନେକ ସିନେପ୍ରେମୀ ଙ୍କ ଭିଡ କମିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ‘ମାଳିପୁଟ ମେଲୋଡିସ୍’ ଚଳଚ୍ଚିତ୍ରରେ ବରିଷ୍ଠ କଳାକାର ଜୟନ୍ତ ସାନ୍ତରା, ଶିଶିର ଦାସ, ସୁଷମା ମିଶ୍ର, ମହମ୍ମଦ ସରିଫ, ବୁଲୁ ଷଡ଼ଙ୍ଗୀ, ନରେନ୍ଦ୍ର ପଟ୍ଟନାୟକ, ଚନ୍ଦନ ସାହୁ, ଦିବ୍ୟ ବେହେରା, ଆଶୁତୋଷ ପାଳ ଓ ଧନ ହରିଜନ ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି କୌଶିକ ଦାସ, ସହପ୍ରଯୋଜନା କରିଛନ୍ତି ରାମପ୍ରଭା ପଟ୍ଟନାୟକ ଓ କୌସ୍ତବ ଦାସ। ଗୀତ ରଚନା ଓ ସଙ୍ଗୀତg ନିର୍ଦ୍ଦେଶନା ଦେଇଛନ୍ତି ତସ ନନ୍ଦ, ଏବଂ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ପଟ୍ଟନାୟକ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସହାୟତା ଅପେକ୍ଷାରେ ପରିବା ଚାଷୀ 

Sunil Chandra Nayak

ବର୍ଷା ଜଳରେ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି : ସୃଷ୍ଟି ହେଉଛି କୁତ୍ରିମ ପୋଖରୀ । ଦାୟିତ୍ଵ କାହାର ?

masiha

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଧାରଣା ସ୍ଥାନରେ ଇଏସ୍ଆଇସି ଆଞ୍ଚଳିକ କମିଟି ସଦସ୍ୟଙ୍କ ଉଦବୋଧନ

Sunil Chandra Nayak

Leave a Comment

error: Content is protected !!